ମେଣ୍ଡାମାଳରେ ଛେଳିଗୁହାଳ ଜଳିଗଲା

ମେଣ୍ଡାମାଳରେ ଛେଳିଗୁହାଳ ଜଳିଗଲା

ବୀରମହାରାଜପୁର: ବୀରମହାରାଜପୁର ବ୍ଲକ୍ ହିଲୁଙ୍ଗ ପଞ୍ଚାୟତ ମେଣ୍ଡାମାଳ ଗାଁ’ରେ ଶନିବାର ପୂର୍ବାହ୍ନରେ ଏକ ଛେଳିଗୁହାଳରେ ନିଆଁ ଲାଗି ଯାଇଥିଲା। ତେବେ ସୌଭାଗ୍ୟବଶତଃ ଅଗ୍ନିକାଣ୍ଡରୁ ଛେଳିପଲ ବର୍ତ୍ତି ଯାଇଛନ୍ତି। ଗୁହାଳରେ ନିଆଁ ଲାଗିଥିବା ଜାଣିପାରି ଛେଳିପାଳକ ସୁବାସ ଜଗଦଲା କୌଶଳକ୍ରମେ ଛେଳିଗୁଡ଼ିକୁ ସୁରକ୍ଷିତ ଭାବରେ ଗୁହାଳରୁ ବାହାର କରି ଦେଇଥିଲେ।

ଖବରପାଇ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ରାତିରେ ନିଆଁ ଲାଗିଥିଲେ ଛେଳିଗୁଡ଼ିକ ସହ ସୁବାସଙ୍କ ଜୀବନ ମଧ୍ୟ ଚାଲି ଯାଇଥା’ନ୍ତା ବୋଲି ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe