ବୁଡ଼ି ଅଞ୍ଚଳର ଦେବଦେବୀ ସ୍ଥାନାନ୍ତର

ବୁଡ଼ି ଅଞ୍ଚଳର ଦେବଦେବୀ ସ୍ଥାନାନ୍ତର

କୋମନା: ଲୋୟର ଇନ୍ଦ୍ର ଜଳ ପ୍ରକଳ୍ପ ବୁଡ଼ି ଅଞ୍ଚଳର କାଲିମାଟି ଗାଁରେ ଆବାହମାନ କାଳରୁ ପୂଜାପାଇ ଆସୁଥିବା ଇଷ୍ଟ ଦେବଦେବୀଙ୍କୁ ସ୍ଥାନାନ୍ତର କରାଯାଇଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଓ କୋମନା ବ୍ଲକର ମଧ୍ୟ ଭାଗରେ ନିର୍ମାଣ ହୋଇଥିବା ପ୍ରକଳ୍ପରେ କାଲିମାଟି ଗାଁ ସଂପୂର୍ଣ୍ଣ ଜଳମଗ୍ନ ହୋଇଥିଲା। ଗାଁର ବହୁ ପରିବାର ବୋଡ଼େନ ବ୍ଲକ ଅମେରା ଗାଁକୁ ସ୍ଥାନାନ୍ତର ହୋଇଥିଲେ। ପୂର୍ବ ପୁରୁଷରୁ ପୂଜା କରି ଆସୁଥିବା ଦେବଦେବୀ ସେଠାରେ ରହିଯାଇଥିବା ବେଳେ ବର୍ତ୍ତମାନ ସେମାନଙ୍କୁ ଅମେରା ଗାଁକୁ ଅଣାଯାଇ ନୂତନ ପୀଠରେ ସ୍ଥାପନ କରାଯାଇଛି।

ଦେବଦେବୀଙ୍କ ନିର୍ଦ୍ଦେଶରେ ଗାଁ ଗୌନ୍ତିଆ ନୀଳକଣ୍ଠ ପଧାନ ଓ ଝାଙ୍କର ଉଗ୍ରେ ଚିନ୍ଦାଙ୍କ ନେତୃତ୍ବରେ ବୁଡ଼ି ଅଞ୍ଚଳବାସୀ ଏକତ୍ରିତ ହୋଇ ପ୍ରଥମେ ଦେବଦେବୀଙ୍କୁ ନିମନ୍ତ୍ରଣ କରିଥିଲେ। ଯଥା ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯାଇ ଇଷ୍ଟ ଦେବଦେବୀ ଗଙ୍ଗାଦି, ବୁଢ଼ାରଜା, ଦ୍ୱାରସନୀ ପ୍ରମୁଖ ସିରାରେ ଆବିର୍ଭାବ ହୋଇ ସମସ୍ତଙ୍କୁ ଦର୍ଶନ ଦେଇ ପୁରୁଣା ଛାଡ଼ି ନୂଆସ୍ଥାନକୁ ଗମନ କରିଥିଲେ। ପୂଜକ ବିକ୍ରମ ମାଝୀ, ଭୁବନେ ଚିନ୍ଦା, ଦିହାରୀ ଜଗେ ଚିନ୍ଦା, ବନୁଆ ଚିନ୍ଦା, କୁମ ମାଝୀ, ତୁଲାରାମ ଚିନ୍ଦା ପ୍ରମୁଖ ପୂଜାପାଠ କରିଥିଲେ। ପୂର୍ବ ବିଧାୟକ ହିତେଶ ବଗର୍ତ୍ତି, ଗାଁ ମୁଖିଆ ପୂର୍ବ ସରପଞ୍ଚ ଉମରା ସିଂ ସାହୁ, ଈଶ୍ୱର ଚନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe