ସର୍ବେଶ୍ବରଙ୍କ ଜାମିନ ପୁଣି ନାମଞ୍ଜୁର

ସର୍ବେଶ୍ବରଙ୍କ ଜାମିନ ପୁଣି ନାମଞ୍ଜୁର

ThePrint

ଯାଜପୁର:‌ ସରକାରୀ ଜମିରୁ ମାଟିମୋରମ ନେଇ ନିଜ ଜମିରେ ପକାଇବା ଅଭିଯୋଗରେ ଗିରଫ ହୋଇ ଜେଲ୍‌ରେ ଥିବା ବିଜେପି ନେତା ତଥା ସୂଚନା ଅଧିକାର କର୍ମୀ ସର୍ବେଶ୍ବର ବେହୁରାଙ୍କର ଜାମିନ ଆବେଦନ ଆଜି ପୁଣି ନାମଞ୍ଜୁର ହୋଇଯାଇଛି।

ଧର୍ମଶାଳା ତହସିଲଦାର ସ୍ବାଗତ ଦାସଙ୍କ ଏତଲାକୁ ଭିତ୍ତି କରି ଶ୍ରୀ ବେହୁରାଙ୍କୁ ଧର୍ମଶାଳା ଥାନା ପୁଲିସ ଗିରଫ କରିଥିଲା। ଶ୍ରୀ ବେହୁରାଙ୍କ ଗିରଫ ଘଟଣାକୁ ବିରୋଧ କରି ସୂଚନା ଅଧିକାର କର୍ମୀ ସଂଘ ଓ ବିଜେପି ଆନ୍ଦୋଳନ ମୁହାଁ ହୋଇଛି। ଏଭଳି ସ୍ଥିତିରେ ଆଜି ଶ୍ରୀ ବେହୁରାଙ୍କ ଜାମିନ ଆବେଦନ ଉପରେ ଚଣ୍ଡିଖୋଲ ଜେଏମଏଫସି କୋର୍ଟରେ ଶୁଣାଣି ହୋଇଥିଲା। ସରକାରୀ ଓକିଲମାନେ ଜାମିନକୁ ତୀବ୍ର ବିରୋଧ କରି ଯୁକ୍ତ ଦର୍ଶାଇଥିଲେ। ଶ୍ରୀ ବେହୁରାଙ୍କ ଓକିଲ ଉଦୟ ସାହୁ ଜାମିନ ଦେବା ପାଇଁ ଯୁକ୍ତି ଉପସ୍ଥାପନ କରିଥିଲେ। ଶେଷରେ ବିଚାରପତି ଜାମିନ ନାମଞ୍ଜୁର କରିଦେଇଛନ୍ତି। ଉପର କୋର୍ଟରେ ଜାମିନ ପାଇଁ ଆବେଦନ କରାଯିବ ବୋଲି ଓକିଲ ଶ୍ରୀ ସାହୁ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe