ସୁନାଚେନ୍‌ ପାଇ ଫେରାଇଲେ କକନଷ୍ଟେବଳ

ସୁନାଚେନ୍‌ ପାଇ ଫେରାଇଲେ କକନଷ୍ଟେବଳ

ଦଶରଥପୁର: ପ୍ରାୟ ୮୦ ହଜାର ଟଙ୍କାର ଏକ ସୁନାଚେନ୍‌ ପାଇବା ପରେ କାର୍ଯ୍ୟରତ ପୁଲିସ କନେଷ୍ଟବଳ ଜୀବନଜ୍ୟୋତି ବିଶ୍ୱାଳ ଏହାକୁ ଫେରାଇ ଦେଇଛନ୍ତି। ଗତ ୨୯ ତାରିଖ ବାହୁଡ଼ାଯାତ୍ରା ବୁଲିବାକୁ ଆସିଥିଲେ ଭଦ୍ରକ ଚରମ୍ପାସ୍ଥିତ ଭାଟିଆ ଗ୍ରାମର ଭରତ ଚନ୍ଦ୍ର ଓ ତାଙ୍କ ପତ୍ନୀ ସତ୍ୟଶ୍ରୀ। ପ୍ରବଳ ଭିଡ଼ ଭିତରେ ସତ୍ୟଶ୍ରୀ ପିନ୍ଧିଥିବା ସୁନା ଚେନ ହଜିଯାଇଥିଲା।

publive-image

ବହୁ ଖୋଜାଖୋଜି କରି ନପାଇବାରୁ ନିରାଶ ହୋଇ ଘରକୁ ଫେରିଥିଲେ। ସେହି ସୁନାଚେନ୍‌ଟିକୁ ପାଇଥିଲେ ରିଜର୍ଭ କନେଷ୍ଟବଳ ଜୀବନଜ୍ୟୋତି ବିଶ୍ୱାଳ। ତାଙ୍କ ଘର ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଶୁଶୁଆ ପଞ୍ଚାୟତ ଗରଡିହ ଗ୍ରାମରେ। ସେ ମାନବିକତା ଦେଖାଇବା ସହ ଅନ୍ୟ ବରିଷ୍ଠ ଅଧିକାରୀଙ୍କୁ ଏ ବିଷୟରେ ଜଣାଇଥିଲେ। ମହିଳାଙ୍କର ପରିଚୟ ପାଇବା ପରେ ସେ ସୁନା ଚେନ୍‌ଟିକୁ ଫେରାଇ ଦେଇଥିଲେ। ସତ୍ୟଶ୍ରୀ ହଜିଯାଇଥିବା ସୁନାଚେନ୍‌ ପାଇବା ପରେ ଜୀବନଜ୍ୟୋତିଙ୍କୁ ଧନ୍ୟବାଦ ଦେବା ସହ ଖୁସି ବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe