ବୃଦ୍ଧାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

ବୃଦ୍ଧାଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପିନେଲେ ଦୁର୍ବୃତ୍ତ

ରାୟଗଡ଼ା: ଶନିବାର ମଧ୍ୟାହ୍ନରେ ରାୟଗଡ଼ା ଥାନା ତୁମ୍ବିଗୁଡ଼ା ଗ୍ରାମର ଜାମି ନାଚିକା (୬୦)ଙ୍କ ବେକରୁ ସୁନା ଅଳଙ୍କାର ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। ଜାମି ଶୌଚ ହେବାକୁ ଯାଇ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ଏପରି କାଣ୍ଡ ଭିଆଇଛନ୍ତି। ଦୁର୍ବୃତ୍ତଙ୍କ ଆକ୍ରମଣରେ ଜାମି ସାମାନ୍ୟ ଆହତ ମଧ୍ୟ ହୋଇଛନ୍ତି। ସୂଚନା ପରେ ରାୟଗଡ଼ା ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ମଧ୍ୟାହ୍ନ ୧୨ଟାରେ ଜାମି ଘର ନିକଟସ୍ଥ ପଡିଆକୁ ଶୌଚ ହେବା ପାଇଁ ଯାଇଥିଲେ।

ଶୌଚ ପରେ ଜାମି ଘରକୁ ଫେରୁଥିବା ବେଳେ ରାସ୍ତାରେ କେହି ନଥିବା ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଜାମି ବେକ, କାନ ଓ ନାକରେ ପିନ୍ଧିଥିବା ସୁନା ଅଳଙ୍କାରକୁ ଝାମ୍ପି ନେଇଛନ୍ତି। ଘଟଣା ସମ୍ପର୍କରେ ଜାମି ପରିବାର ଲୋକଙ୍କୁ ଅବଗତ କରିବା ପରେ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe