ଝିଅର ବାହାଘର ଗହଣା ଲୁଟିନେଲେ ଦୁର୍ବୃତ୍ତ

Advertisment
ସ୍ମାର୍ଟ ସିଟିରେ ମାତିଛନ୍ତି ଆନ୍ତଃରାଜ୍ୟ ଲୁଟେରା: ଟ୍ରେନ୍‌ରେ ଆସି ଲୁଟୁଛନ୍ତି, ପୁଣି ଟ୍ରେନ୍‌ରେ ଫେରାର୍‌

Times of India

ଯୋରନ୍ଦା: ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି କାବରା ଗ୍ରାମର ଦେବରାଜ ମହାଳିକଙ୍କର ଝିଅ ବାହାଘର ପାଇଁ ନେଉଥିବା ସୁନାଗହଣାକୁ ଦୁର୍ବୃତ୍ତମାନେ ତାଙ୍କ ଡିକି ଖୋଲି ନେଇଯାଇଛନ୍ତି । ଆଜି ତାଙ୍କ ପରିବାର ଲୋକମାନେ ଯୋରନ୍ଦା ବଜାରର ଏକ ଗହଣା ଦୋକାନରୁ ଏକ ସୁନା ଚେନ୍‌, କାନଫୁଲ, ମଙ୍ଗଳସୂତ୍ର, ପାଉଁଜି, ଯାହାର ମୂଲ୍ୟ ୧ଲକ୍ଷ ୧୨ହଜାର ଟଙ୍କା ଓ ଏଟିଏମ୍‌ କାର୍ଡ ଗାଡି ଡିକି ଖୋଲି ନେଇ ଯାଇଛନ୍ତି ।

ଆସନ୍ତା ୧୧ ତାରିଖ ଦିନ ଝିଅ ବାହାଘର ଅଛିା ଖବର ପାଇ ଯୋରନ୍ଦା ଫାଣ୍ଡି ଅଧିକାରୀ ଘଟଣାର ତଦନ୍ତ କରୁଛନ୍ତି । ପରିବାର ଲୋକ ସୁନା କିଣି ନାଟିମା ବଜାରରେ ଏକ ଦୋକାନରୁ ଶାଢୀ କିଣୁଥିବ ସମୟରେ ଲାଇନ୍‌ କଟିଥିଲା । ଅନ୍ଧାରର ସୁଯୋଗ ନେଇ କେହି ଦୁର୍ବୃତ୍ତ ଏପରି ଲୁଟ୍‌ କରିଥିବା ଜଣାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe