ସୁନା ଅଳଙ୍କାର ଲୁଟି ନେଲେ: ସିସିଟିଭିରେ ଦୁର୍ବୃତ୍ତଙ୍କ କାରନାମା କଏଦ୍

Advertisment

ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ  ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...

ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଓ ନଗଦ  ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି...

WhatsApp Image 2024-10-10 at 2.46.44 PM

ନିମାପଡ଼ା: ସ୍ଥାନୀୟ ନିମାପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ ବିହାର ମହିଳା ମହାବିଦ୍ୟାଳୟ ଗଳିରେ ଥିବା ଏକ ଘରୁ ଗୁରୁବାର ଭୋର ସମୟରେ କିଛି  ଲକ୍ଷାଧିକ ସୁନା ଅଳଙ୍କାର ଓ ନଗଦ  ୩୦ ହଜାର ଟଙ୍କା ଚୋରି କରିଥିବା ନେଇ ନିମାପଡ଼ା ଥାନାରେ ଅଭିଯୋଗ ହୋଇଛି।

ସୂଚନା ମୁତାବକ ମନୋରଞ୍ଜନ ପରିଡା ପତ୍ନୀଙ୍କୁ ଧରି କିଛି ଦିନ ହେବ ଜଗନ୍ନାଥ ବିହାରରେ ଘରଭଡ଼ା ନେଇ ରହୁଥିଲେ। ଗତକାଲି ପତ୍ନୀ ସରସ୍ଵତୀ ମଲ୍ଲକୁ ତାଙ୍କ ବାପଘର କନ୍ଧମାଳ ଯିବା ପାଇଁ  ବସଷ୍ଟାଣ୍ଡରେ ଛାଡ଼ି ରାତ୍ର ୯.୧୫ସମୟରେ ଘର ତାଲା ପକାଇ ନିଜ ଗ୍ରାମ ନାକଡିହକୁ ଏକ ଭୋଜିରେ ଯୋଗଦେବାକୁ ଯାଇଥିଲେ । ରାତି ଅଧିକ ହେବାରୁ ନିଜ ଗ୍ରାମରେ ରହିଯାଇଥିଲେ।

ଗୁରୁବାର ସକାଳ ୮ଟା ସମୟରେ ଭଡାଘରକୁ ଆସି ଦେଖନ୍ତି ଘରର ମୁଖ୍ୟ ଦ୍ବାର ତାଲା ଭଙ୍ଗା ଯାଇଛି। ଏହା ଦେଖି ଘର ପାଖରେ ରହୁଥିବା ପଡୋଶୀଙ୍କୁ ଡାକି ଘର ଭିତରକୁ ଯାଇ ଘରର ସମସ୍ତ ଦ୍ବାର ଭଙ୍ଗା ଯିବା ସହ ଗଡ୍ରେଜ ଡ୍ରସିଙ୍ଗ ଟେବୁଲ୍,ଆଲଣାର ସମସ୍ତ ଲକର ଭଙ୍ଗା ଯାଇଥିବା ଦେଖିଥିଲେ।

ଦୁର୍ବୃତ୍ତମ‌ାନେ ଦୁଇଭରି ଛଅଗ୍ରାମ ଓଜନର ଏକ ସୁନା ହାର, ଦୁଇ ପଟ ସୁନା ଚୁଡ଼ି,  ୪ଟି ସୁନା ମୁଦି, ନଗଦ ୩୦ ହଜାର ଟଙ୍କା ନେଇଯାଉଥିବା ସହ ସିସିଟିଭିର ହାର୍ଡ ଡିସ୍କ ଭାଙ୍ଗି ନେଇଯାଉଥିବା ମନୋରଞ୍ଜନ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

ଅଭିଯୋଗ ପାଇବା ପରେ  ପୁଲିସ ଘଟଣାସ୍ଥଳରେ ନିମାପଡ଼ା ଥାନା ଅଧିକାରୀ ବାମଦେବ ସ୍ବାଇଁ ସହ ପୁରୀର ସାଇଣ୍ଟିଫିକ ଟିମ୍ ପହଞ୍ଚି ଘରର ଆସବାବପତ୍ରକୁ ଯାଞ୍ଚ୍ କରିଛନ୍ତି। ଯାଞ୍ଚ୍ କରିବା ସମୟରେ ପଡୋଶୀ ଘରର ସିସିଟିଭିରୁ ଦୁର୍ବୃତ୍ତମାନେ ମୁହଁରେ ଗାମୁଛା ପକାଇ ଆସିଥିବା ସିସିଟିଭିରେ କଏଦ୍ ହୋଇଛି। ନିମାପଡ଼ାରେ ଏଭଳି ଘଟଣା ବାରମ୍ବାର ହେଉଥିବା ନେଇ ପୁଲିସ ଉପରେ ଜନସାଧାରଣଙ୍କ ପକ୍ଷରୁ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe