ମହିଳାଙ୍କ ବେକରୁ ସୁନାଚେନ୍ ଝାମ୍ପିନେଲେ

Advertisment
ସପ୍ତାହରେ ୪୬ ଚୋରି ଓ ୧୨ ଛିନ୍‌ତାଇ, ସୁଯୋଗ ଦେଉଛି ସହଜ ଜାମିନ

Times of India

ଭେଡ଼େନ: ବୁଧବାର ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ସୁନାଚେନ୍‌ ଲୁଟି ନେଇଥିବା ବରଗଡ଼ ଜିଲ୍ଲା ଭେଡ଼େନ ଥାନାରେ ଅଭିଯୋଗ ହୋଇଛି। ସୂଚନା‌ନୁସାରେ, ବରଗଡ଼ରେ ରହୁଥିବା ନରୋତ୍ତମ ପଣ୍ଡା ଓ ତାଙ୍କ ସ୍ତ୍ରୀ ଗୀତା ପଣ୍ଡା କୌଣସି କାମରେ ଭେଡ଼େନ ଦେଇ ସୋନପୁର ଜିଲ୍ଲା ବାବୁପାଲି ଗ୍ରାମକୁ ମଟର ସାଇକେଲରେ ଯାଉଥିଲେ।

ଆଜି ପୂର୍ବାହ୍ନ ୧୧ଟାରେ ପାଣି ପିଇବା ପାଇଁ ଭେଡ଼େନଠାରେ ନରୋତ୍ତମ ବାଇକ୍‌ ଅଟକାଇ ଥିଲେ। ଏହି ସମୟରେ ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍‌ରେ ଆସି ଠିଆ ହୋଇଥିବା ଗୀତାଙ୍କ ବେକରୁ ସୁନାଚେନ ଝାମ୍ପି ନେଇ ଦ୍ରୁତଗତିରେ ଫେରାର ମାରିଥିଲେ। ମହିଳା ଜଣକ ଚିତ୍କାର କରିବାରୁ ସ୍ଥାନୀୟ କିଛି ଯୁବକ ମଟର ସାଇକେଲରେ ଗୋଡ଼ାଇଥିଲେ ମଧ୍ୟ ହେଲେ ବିଫଳ ହୋଇଥିଲେ। ଏ ବିଷୟରେ ଭେଡ଼େନ ଥାନାରେ ଅଭିଯୋଗ ହେବା ପରେ ଥାନାଧିକାରୀ ପ୍ରେମଜିତ ଦାଶ ଓ ପୁଲିସ ଟିମ୍‌ ସଂଗେ ସଂଗେ ବିଭିନ୍ନ ରାସ୍ତାକୁ ସିଲ୍‌ କରି ଦେଇଥିଲେ। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରି ତଦନ୍ତ ଚଳାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe