ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ବ୍ୟାଙ୍କ କର୍ମଚାରୀ, ଦିନଦ୍ବିପ୍ରହରରେ ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

Advertisment

ନେଇଗଲେ ସିସିଟିଭି ହାର୍ଡଡିକ୍ସ

ନେଇଗଲେ ସିସିଟିଭି ହାର୍ଡଡିକ୍ସ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଲହୁଲୁହାଣ ହେଲେ ବ୍ୟାଙ୍କ କର୍ମଚାରୀ, ଦିନଦ୍ବିପ୍ରହରରେ ଲୁଟିନେଲେ କୋଟିଏ ଟଙ୍କାର ଅଳଙ୍କାର

ଢେଙ୍କାନାଳ: ଭିନ୍ନ ପ୍ରକାରରେ ଲୁଟ୍‌ ହୋଇଛି। ଲୁଟେରାମାନେ ଦିନ ଦ୍ବିପ୍ରହରରେ ଦମ୍ଭ ଦେଖାଇଛନ୍ତି। ବ୍ୟାଙ୍କ କର୍ମଚାରୀଙ୍କୁ ଖାତିର ନକରି ବଳ ପୂର୍ବକ ପ୍ରବେଶ କରି ଅରାଜକତା ସୃଷ୍ଠି କରିଛନ୍ତି। କର୍ମଚାରୀଙ୍କୁ ଭୁଜାଲିରେ ଆକ୍ରମଣ କରିି ନଗଦ ଟଙ୍କା ସହିତ କୋଟିଏ ଟଙ୍କାର ସୁନା ଗହଣା ଲୁଟ୍‌ କରିି ଫେରାର ହୋଇଯାଇଛନ୍ତି। ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଆଜି ଏହି ଅଭାବନୀୟ ଅଘଟଣ ଘଟିଛି।

publive-image

ସୂଚନା ଅନୁସାରେ ଆଜିି ଅପରାହ୍ନ ପ୍ରାୟ ୨ଟାରେ ୪ ଜଣ ଦୁର୍ବୃତ୍ତ ଦୁଇଟି ବୁଲେଟ ଗାଡ଼ିରେ ଆସି ରାସୋଳସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କକୁ ଆସିଥିଲେ। ମଧ୍ୟାହ୍‌ଣ ସମୟ ହୋଇଥିବାରୁ କିଛି କର୍ମଚାରୀ ନଥିବା ବେଳେ ଅନ୍ୟମାନେ ନିଜ ନିଜ କାମରେ ବ୍ୟସ୍ତ ଥିଲେ। ଏହି ସମୟରେ ଦୁର୍ବୃତ୍ତମାନେ ମୁଖା ପିିନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରିଥିଲେ। ସେମାନେ ମାରଣାସ୍ତ୍ର ଦେଖାଇ ବ୍ୟାଙ୍କ କର୍ମଚାରୀଙ୍କୁ ପ୍ରଥମେ ଭୟଭୀତ କରିଥିଲେ। ଏହା ପରେ ଲକର୍‌ରୁ ପ୍ରାୟ ଏକ କୋଟି ଟଙ୍କାରର ସୁନା ଗହଣା ଓ ନଗଦ ୮ ଲକ୍ଷ ଟଙ୍କା ଲୁଟ୍‌ କରିଥିଲେ। ଦୁର୍ବୃତ୍ତ ମାନେ ଧରା ନ ପଡ଼ିବା ପାଇଁଁ ବ୍ୟାଙ୍କରେ ଲାଗିଥିିବା ସିସିଟିଭି କ୍ୟାମେରାର ହାର୍ଡଡିକ୍ସ ମଧ୍ୟ ନେଇ ଯାଇଥିବା ବ୍ୟାଙ୍କ ମ୍ୟାନେଜର ଅଭିଯୋଗ କରିଛନ୍ତି।

କିଛି କର୍ମଚାରୀ ଏହାକୁ ବିରୋଧ କରିବାରୁ ଦୁର୍ବୃତ୍ତ ମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ୨ ଜଣ ବ୍ୟାଙ୍କ କର୍ମଚାରୀ ଆହତ ହୋଇଛନ୍ତି।  ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବ୍ୟାଙ୍କ ତରଫରୁ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe