ଦିନ ଦ୍ବିପ୍ରହରରେ ଘରେ ପଶିଲେ ଦୁର୍ବୃତ୍ତ, ଲୁଟିନେଲେ ୩ ଭରି ସୁନା ସହ ୩୦ ହଜାର ଟଙ୍କା

ଖାଲାସାହିରୁ ୨ଲକ୍ଷରୁ ଅଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି

Ilam Times

ନୂଆପଡ଼ା/କୋମନା: ନୂଆପଡ଼ା ଜିଲ୍ଲା ଲଖନା ଥାନା ସାଲେପଡ଼ାରେ ଦିନ ଦ୍ବିପ୍ରହରରେ ଏକ ଘରେ ପଶି ଦୁର୍ବୃତ୍ତମାନେ ୩ ଭରି ସୁନା ସହ ୩୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ୍ ସନ୍ଧାନୀ କୁକୁର ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ ମଧ୍ୟ କିଛି ସୁରାକ୍ ପାଇନଥିବା ଜଣାପଡ଼ିଛି। ପ୍ରକାଶ ଯେ, ସାଲେପଡ଼ାର ବିଭୁ ସାହୁଙ୍କ ପତ୍ନୀ ମୀନା ସାହୁ ସକାଳ ୧୦.୩୦ରେ ଘରେ ଏକୁଟିଆ ଥିଲେ। ଏହି ସମୟରେ ୨ଜଣ ଅଜଣା ବ୍ୟକ୍ତି ହଠାତ୍ ଘରକୁ ପଶି ଆସିଥିବାରୁ ମୀନା ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ତା’ପରେ ସଂପୃକ୍ତ ଦୁର୍ବୃତ୍ତ ଦ୍ବୟ ଘରେ ପଶି ଆଲମିରା ଭାଙ୍ଗି ୩ ଭରି ସୁନା ଓ ୩୦ ହଜାର ଟଙ୍କା ନେଇ ଫେରାର୍ ମାରିଥିଲେ। ଦୁର୍ବୃତ୍ତ ଦ୍ବୟ କଳା ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ ମୁହଁରେ କଳାକନା ବାନ୍ଧିଥିବା ଚେତା ଫେରିବା ପରେ ମୀନା ପ୍ରକାଶ କରିଛନ୍ତି। ଏନେଇ ଲଖନା ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ୍ ଟିମ୍ ସନ୍ଧାନୀ କୁକୁର ସହ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅନ୍ୟପକ୍ଷରେ ବର୍ତ୍ତମାନ ଜିଲ୍ଲାରେ ଚୋର ଡକାୟତ ନେଇ ଆତଙ୍କ ଜାରି ରହିଥିବା ବେଳେ ଆଜିର ଘଟଣା ପରେ ଅଞ୍ଚଳବାସୀ ଭୟଭୀତ ହୋଇଯାଇଛନ୍ତି। ଜିଲ୍ଲା ପୁଲିସ୍ ପ୍ରଶାସନ ପକ୍ଷରୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ‌ନେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe