ଦମ୍ପତିଙ୍କ ସୁନାଗହଣା ବ୍ୟାଗ୍ ଝାମ୍ପିନେଲେ

Advertisment
ଦମ୍ପତିଙ୍କ ସୁନାଗହଣା ବ୍ୟାଗ୍ ଝାମ୍ପିନେଲେ

ଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଘସିପୁରା ଥାନା ଦେଓଗାଁ ସୀମାନ୍ତ ଗଉଡ଼ବାହାଳି ଛକ ନିକଟରୁ ଦୁର୍ବୃତ୍ତମାନେ ଦମ୍ପତିଙ୍କଠାରୁ ସୁନାଗହଣା ବ୍ୟାଗ୍‌ ଝାମ୍ପି ନେଇଛନ୍ତି। ବ୍ୟାଗ୍‌ରେ ତିନିଭରି ଓଜନର ସୁନାଗହଣା ସହ ୮ ହଜାର ଟଙ୍କା, ମୋବାଇଲ, ଏଟିଏମ୍ କାର୍ଡ ଥିବା ଜଣାପଡ଼ିଛି। ଏନେଇ ଟମ୍‌କା ଥାନାରେ ଅଭିଯୋଗ ହେବା ପରେ ପୁଲିସ ତନାଘନା ଆରମ୍ଭ କରିଛି।

ଯାଜପୁରରୋଡର ବ୍ୟବସାୟୀ ରୂପକ ରଂଜନ ସାହୁ, ତାଙ୍କ ପତ୍ନୀ ସୁପ୍ରିୟା ସାହୁ ଓ ୬ ମାସର ଶିଶୁଙ୍କୁ ନେଇ ଏକ ସ୍କୁଟିରେ ଦେଓଗାଁସ୍ଥିତ ବନ୍ଧୁଘରକୁ ଆସୁଥିଲେ। ଦିନ ପ୍ରାୟ ୧୧.୨୫ରେ ଗଉଡ଼ବାହାଳି ଛକର ତାରାମଣି ଭେରାଇଟ୍ ଷ୍ଟୋର ନିକଟରେ ଗାଡ଼ି ଅଟକାଇ ରୂପକ ଓ ସୁପ୍ରିୟା ନିକଟସ୍ଥ ଏକ ଦୋକାନକୁ ଯାଇଥିଲେ। ଲୁଟେରାମାନେ ଏକ ବାଇକ୍‌ରେ ଆସି ଗାଡ଼ିରେ ଥିବା ସୁନାଗହଣା ଭର୍ତ୍ତି ଭ୍ୟାନିଟି ବ୍ୟାଗ୍‌କୁ ଲୁଟି ନେଇଥିଲେ। ଲୁଟ୍‌ ପରେ ତିନିଜଣ ଲୁଟେରା ବାଇକ୍‌ରେ ଗ୍ରାମ୍ୟ ରାସ୍ତାରେ ଫେରାର ହୋଇଯାଇଥିଲେ। ରୂପକ ଏନେଇ ଟମକା ଥାନାରେ ଏତଲା ଦେବା ପରେ ଥାନା ଅଧିକାରୀ ସଂଘମିତ୍ରା ସାହୁ ଘଟଣାସ୍ଥଳରେ ପହଞ୍ଚି ତତନ୍ତ କରିବା ସହ ସିସିଟିଭିରୁ ଲୁଟେରାଙ୍କ ଗିତିବିଧି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe