ଢ଼େଙ୍କାନାଳ: ଢ଼େଙ୍କାନାଳ ବେଲଟିକିରି ସେଲଟର ହୋମ୍ ଘଟଣା ପରେ ପ୍ରଶାସନର ତତ୍ପର ହୋଇଉଠିଛି। ପେଣ୍ଠକଟାସ୍ଥିତ ସେଲଟର ହୋମ୍ରେ ସିଡବ୍ଲ୍ୟୁସିର ଅନୁଧ୍ୟାନ ପରେ ସିଡବ୍ଲ୍ୟୁସି ଅଧ୍ୟକ୍ଷଙ୍କ ପ୍ରତିକ୍ରିୟା ଦେଇଛନ୍ତି। ପୁରୀସ୍ଥିତ ସେଲଟର ହୋମ୍କୁ ମଙ୍ଗଳବାର ପ୍ରଶାସନ ପକ୍ଷରୁ ସିଲ କରି ଦିଆଯାଇଛି। ଏହି ଛାତ୍ରୀବାସରେ ରହୁଥିବା ନାବାଳିକାଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଅଭିଭାବକଙ୍କୁ ଡକାଇ ଘରୁକୁ ପଠାଇ ଦିଆଯାଇଛି। ସମ୍ପୂର୍ଣ୍ଣ କାଗଜପତ୍ର ଯାଞ୍ଚ ପରେ ପୁଣି ଅନ୍ତେବାସୀ ଫେରିବେ ବୋଲି ସୂଚନା ମିଳିଛି।
ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ଡ୍ରିମ୍ ସେଣ୍ଟର ମୁଖ୍ୟ ଫୟାଜ ରେହମାନ(ଡାଡି)ସ୍ୱତନ୍ତ୍ର ପୋକ୍ସୋ କୋର୍ଟଙ୍କ ଅନୁମତି ଭିତ୍ତିରେ ପୁଲିସ୍ ମଙ୍ଗଳବାର ତାଙ୍କୁ ରିମାଣ୍ଡରେ ନେଇଛି। ତେବେ ଢ଼େଙ୍କାନାଳରେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ଦ୍ୱାରା ପରିଚାଳିତ ସେଲଟର ହୋମ୍ରେ ନାବାଳିକାଙ୍କୁ ନିର୍ଯାତନା ଘଟଣା ସାମ୍ନାକୁ ଆସିବା ପରେ ବିଭିନ୍ନ ସ୍ଥାନରେ ଚଢ଼ାଉ ଆରମ୍ଭ ହୋଇଛନ୍ତି।
ଅନ୍ୟପକ୍ଷରେ ଦୁଇଦିନିଆ ରିମାଣ୍ଡରେ ଯାଇଥିଲା ଫୟାଜ ରେହମାନଙ୍କୁ କିଭଳି ବେଆଇନ୍ ଭାବେ ବର୍ଷ ବର୍ଷ ଧରି ଚାଲିଥିଲା ସେଲଟର ହୋମ୍, ନିରୀହ ନାବାଳିକାଙ୍କ ସହିତ କିପରି ଚାଲିଥିଲ ଯୌନ ଶୋଷଣ ଏବଂ ସେଲଟର ହୋମରେ କିପରି ଧର୍ମ ପରିବର୍ତ୍ତନ ଚାଲିଥିଲା ସେସବୁ ଘଟଣା ଉପରେ ପୁଲିସ୍ ତାଙ୍କୁ ଗୁଡେଇ ତୁଡେଇ ପ୍ରଶ୍ନ କରିବ ବୋଲି ଜଣାପଡିଛି।
Follow Us