ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

କେନ୍ଦୁଝର : କେନ୍ଦୁଝର ରେଳ ଷ୍ଟେସନ ନିକଟରେ ଆଜି ଏକ ମାଲବାହୀ ରେଳ ଲାଇନଚ୍ୟୁତ ହୋଇଛି । ତେବେ ଏଥିରେ କିଛି କ୍ଷତି ଘଟି ନାହିଁ। ଟ୍ରେନଟି ଲୁହାପଥର ନେଇ ଜୁରୁଡିରୁ ପାରାଦୀପ ବନ୍ଦର ଅଭିମୁଖେ ଯାଉଥିଲା। କେନ୍ଦୁଝର ରେଳ ଷ୍ଟେସନ ପ୍ରବେଶ କରିବା ସମୟରେ ଟ୍ରକ ବଦଳାଉଥିଲା। ଏହି ସମୟରେ କୌଣସି କାରଣବଶତଃ ସେହି ରେଳର ପଛ ୪ଟି ବଗିର ଚକ ଲାଇନଚ୍ୟୁତ ହୋଇଯାଇଥିଲା। ଲାଇନଚ୍ୟୁତ ବଗିକୁ ଟ୍ରାକକୁ ଅଣାଯାଇଛି । ହେଲେ କିପରି ଏଭଳି ହେଲା ସେନେଇ ତଦନ୍ତ ଚାଲିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe