ପୌର ନିର୍ବାଚନ: ବ୍ରଜରାଜନଗରରେ ଗୋପାଳ ସିତାନୀ ଉପାଧ୍ୟକ୍ଷ, ବେଲପାହାଡ଼ରେ ରୀନା ସୁନା ଉପାଧ୍ୟକ୍ଷା

Advertisment
ପୌର ନିର୍ବାଚନ: ବ୍ରଜରାଜନଗରରେ ଗୋପାଳ ସିତାନୀ ଉପାଧ୍ୟକ୍ଷ, ବେଲପାହାଡ଼ରେ ରୀନା ସୁନା ଉପାଧ୍ୟକ୍ଷା

ବ୍ରଜରାଜନଗର/ବେଲପାହାଡ଼: ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଉପନଗରପାଳ ନେଇ କିଛିଦିନ ଧରି ଚାଲିଥିବା ସମସ୍ତ କଳ୍ପନାର ଅନ୍ତ ଘଟିଛି। ବିଜୁ ଜନତା ଦଳର ବରିଷ୍ଠ ସ୍ଥାନୀୟ କର୍ମୀ ଗୋପାଳ ସିତାନୀଙ୍କ ଉପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ମୋହର ବାଜିଛି। ଅ‌ାଜି ସକାଳ ୧୦ ଟାରେ ମ୍ୟୁନିସିପାଲିଟି କାର୍ଯ୍ୟାଳୟ ପରିସରରେ ବିଜୁ ଜନତା ଦଳ ୨୦ ଜଣ କାଉନସିଲର ଓ ନଗରପାଳ ଯାଜ୍ଞସେନୀ ଓରାମ, ପୂର୍ବତନ ନଗରପାଳ ନନ୍ଦକିଶୋର ଅଗ୍ରୱାଲ, ଟାଉନ ସଭାପତି ରାଧାକାନ୍ତ ପ୍ରଧାନ, ବିଶ୍ୱନାଥ ନାୟକ, ପି ରାମ ମୋହନ ରାଓ, ନଟବର ଲାଲ ଶର୍ମା, ପିଣ୍ଟୁ ପାଢ଼ୀ ଆଦିଙ୍କ ଉପସ୍ଥିତିରେ ଝାରସୁଗୁଡା ଜିଲ୍ଲା ପରିଷଦ ଉପସଭାପତି ଅଶୋକ ସାହୁ ଆଣିଥିବା ବନ୍ଦ ଲଫ ଖୋଲିଥିଲେ। ଏଥିରେ ଗୋପାଳ ସିତ‌ାନୀଙ୍କ ନାମ ବାହାରିଥିଲା। ପରେ ପରେ ପୌର ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଗୋପାଳ ସିତାନୀ ନାମାଙ୍କନ ପତ୍ର ଦାଖଲ କରିଥିଲେ। ତାଙ୍କର ପ୍ରସ୍ତାବ ପ୍ରମୋଦ ପ୍ରଧାନ ଓ ସେକେଣ୍ଡରେ ମହେଶ ମୁଳି ରହିଥିଲେ। ନିର୍ଦ୍ଧାରିତ ସମୟ ଭିତରେ ଗୋଟିଏ ପ୍ରାଥି ପତ୍ର ଦାଖଲ ହୋଇଥିବାରୁ ତାଙ୍କୁ ନିର୍ବାଚନ ଅଧିକାରୀ ନିର୍ବାଚିତ ଘୋଷଣା କରିଥିଲେ।

ସେହିପରି ଜିଲ୍ଲାର ବେଲପାହାଡ଼ ପୌର ଉପାଧକ୍ଷ ପଦ ପାଇଁ ଆଜି ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ୨ନମ୍ବର ୱାର୍ଡର ବିଜେଡ଼ି କାଉନସିଲର ରୀନା ସୁନା ନିଦ୍ବନ୍ଦ୍ବରେ  ନିର୍ବାଚିତ ହୋଇଛନ୍ତି। ଆଜି ୧୦ଟାରେ ପୌର କାର୍ଯ୍ୟାଳୟ ପରିସରରେ ବିଜେଡ଼ିର ୧୪ଜଣ କାଉନସିଲର  ପହଞ୍ଚିଥିଲେ। ବେଲପାହାଡ଼ ଦାୟିତ୍ବରେ ଥିବା ପପୁ ଶର୍ମା, ହିତେଶ ଠକ୍କର, ଆଡଭୋକେଟ ଆସିଫ ଖାନ୍‌, ସମୀର ମିଶ୍ରଙ୍କ ଉପସ୍ଥିତିରେ ବେଲପାହାଡ଼ ଅବଜରର୍ଭର ବିଷ୍ଣୁ କେଡ଼ିଆ ଆଣିଥିବା ମୁଖ୍ୟମନ୍ତ୍ରୀଙ୍କ ଦସ୍ତଖତ ଥିବା ବନ୍ଦ ଲଫାପା ଖୋଲିଥିଲେ। ଏଥିରେ ରୀନା ସୁନାଙ୍କ ନାମ ଉପନଗରପାଳ ପ୍ରାଥି ରୁପେ ଆସିଥିଲା। ଫଳରେ ନିର୍ଦ୍ଧାରିତ ସମୟରେ ରୀନା ସୁନା ପ୍ରଥିପାତ୍ର ଦାଖଲ କରିଥିଲେ। ତାଙ୍କର ପ୍ରସ୍ତାବକ ସଞ୍ଜୀବ କିଷାନ ଓ ସେକେଣ୍ଡର ସଞ୍ଜୟ ଯାଦବ ଥିଲେ। ନିର୍ଦ୍ଧାରିତ ସମୟ ମଧରେ ଅନ୍ୟ କୌଣସି ପ୍ରଥିପାତ୍ର ଦାଖଲ ହୋଇନଥିଲା।ଫଳରେ ନିର୍ବାଚନ ଅଧିକରୀ ସୁକାନ୍ତ ମାଝୀ ରୀନା ସୁନାକୁ ଉପନଗରପାଳ ରୂପେ ଘୋଷଣା କରିଥିଲେ। ପରେ ପରେ ତାଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆ  ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe