ବାବା ବାଲୁଙ୍କେଶ୍ବରଙ୍କ ବିବାହର ସାକ୍ଷୀ ରହିବେ ସାକ୍ଷୀ ଗୋପୀନାଥ

ବାବା ବାଲୁଙ୍କେଶ୍ବରଙ୍କ ବିବାହର ସାକ୍ଷୀ ରହିବେ ସାକ୍ଷୀ ଗୋପୀନାଥ

ସମ୍ବଲପୁର: ସର୍ବପୁରାତନ ନନ୍ଦପଡ଼ାର ଶୀତଳଷଷ୍ଠୀ ଯାତ୍ରାରେ ବଂ ବରାଡ଼ ବାଲୁ˚କେଶ୍ବର ବାବା ଏବ˚ ଜଗତ୍‌ଜନନୀ ମାତା ପାର୍ବତୀଙ୍କ ବିବାହର ସାକ୍ଷୀ ରହିବା ପାଇଁ ପ୍ରଭୁ ସାକ୍ଷୀ ଗୋପୀନାଥଙ୍କ ନନ୍ଦପଡ଼ା ଆଗମନ ହୋଇଛି। ମଙ୍ଗଳବାର ସ˚ଧୢାରେ ନନ୍ଦପଡ଼ାର ଯୁବକମାନେ ସାକ୍ଷୀପଡ଼ାସ୍ଥିତ ସାକ୍ଷୀ ଗୋପୀନାଥ ମନ୍ଦିରକୁ ଯାଇଥିଲେ। ସେଠାରେ ପୂଜକ ଶଶାଂକ ମିଶ୍ର ସାକ୍ଷୀ ଗୋପୀନାଥଙ୍କ ସ୍ବତନ୍ତ୍ର ପୂଜାର୍ଚ୍ଚନା କରିଥିଲେ। ଏହାପରେ ଏକ ବିମାନରେ ସାକ୍ଷୀ ଗୋପୀନାଥଙ୍କୁ ଦେବ ବିବାହର ସାକ୍ଷୀ ରହିବା ପାଇଁ ଘଣ୍ଟ, ଶଂଖ, ଦୁଲଦୁଲି ବାଜା ବଜାଇ ଶୋଭାଯାତ୍ରାରେ ନନ୍ଦପଡ଼ାକୁ ଅଣା ଯାଇଥିଲା।

ସାକ୍ଷୀ ଗୋପୀନାଥଙ୍କୁ ମନ୍ଦିରରୁ ଅଣାଯିବା ବାଟରେ ବିଭିନ୍ନ ସ୍ଥାନରେ ଭକ୍ତମାନେ ଭୋଗ ଲଗାଇ, ଦୀପ ଜାଳି ପୂଜାର୍ଚ୍ଚନା କରିଥିଲେ। ବିବାହ ଶେଷ ପର୍ଯ୍ୟନ୍ତ ସାକ୍ଷୀ ଗୋପୀନାଥ ନନ୍ଦପଡ଼ାରେ ଅବସ୍ଥାନ କରିବା ସହ ବାଲୁଂକେଶ୍ବର ବାବା ଏବଂ ମାତା ପାର୍ବତୀଙ୍କ ବିବାହ ବିଧିର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି ଏହାର ସାକ୍ଷୀ ରହିବେ। ଶୀତଳଷଷ୍ଠୀ ମୁଖ୍ୟ ଶୋଭାଯାତ୍ରା ଅବସରରେ ସାକ୍ଷୀ ଗୋପୀନାଥ ମଧୢ ମହାଦେବ ପାର୍ବତୀଙ୍କ ସହ ନଗର ପରିକ୍ରମା କରିବେ। ଦେବଦମ୍ପତିଙ୍କ ବିବାହ ଉତ୍ସବ ପରେ ସତ୍ୟ ନାରାୟଣ ପୂଜା କରି ଗୋପୀନାଥଙ୍କୁ ଆଣି ସାକ୍ଷୀପଡ଼ା ସ୍ଥିତ ତାଙ୍କ ମନ୍ଦିରରେ ଛାଡ଼ିବାର ବିଧି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe