ଗୋରୁମହିଷାଣୀ ଉଚ୍ଚ ବିଦ୍ୟାଳୟରେ ନେଚର କ୍ୟାମ୍ପ୍

Advertisment

ରାଇରଙ୍ଗପୁର ବ୍ଲକ୍‌ର ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସୁଲେଇପାଟ ବନ୍ଧଠାରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏକ ଦିବସୀୟ ନେଚର କ୍ୟାମ୍ପ୍ ଆୟୋଜନ କରାଯାଇଥିଲା...

ରାଇରଙ୍ଗପୁର ବ୍ଲକ୍‌ର ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସୁଲେଇପାଟ ବନ୍ଧଠାରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏକ ଦିବସୀୟ ନେଚର କ୍ୟାମ୍ପ୍ ଆୟୋଜନ କରାଯାଇଥିଲା...

Gorumahisani High School Nature Camp

Gorumahisani High School Nature Camp Photograph: (sambad.in)

ରାଇରଙ୍ଗପୁର/ଗୋରୁମହିଷାଣୀ: ରାଇରଙ୍ଗପୁର ବ୍ଲକ୍‌ର ଗୋରୁମହିଷାଣୀ ସରକାରୀ ଉଚ୍ଚ ବିଦ୍ୟାଳୟ ପକ୍ଷରୁ ସୁଲେଇପାଟ ବନ୍ଧଠାରେ ଜଙ୍ଗଲ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଏକ ଦିବସୀୟ ନେଚର କ୍ୟାମ୍ପ୍ ଆୟୋଜନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଇକୋ କ୍ଲବ୍‌ର ୫୦ ଜଣ ଛାତ୍ରଛାତ୍ରୀ ଯୋଗଦେଇଥିଲେ । 

ସମ୍ବଳ ବ୍ୟକ୍ତି ଭାବେ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଡ. ଦିଗାମ୍ବର ଗିରି ଏବଂ  ଉଦ୍ଭିଦ ବିଭାଗର ଅଧ୍ୟାପକ ତପନ କୁମାର ସାମଲ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କ୍ୟାମ୍ପ୍ ଅଫିସର ଭାବେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁହାଗିନି ହେମ୍ବ୍ରମ ଓ ପ୍ରୋଗ୍ରାମ ଅଫିସର ଭାବେ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ କଳାକାର ମହାନ୍ତ ପରିଚାଳନା କରିଥିଲେ ।

ଅଧକ ପଢ଼ନ୍ତୁ: ଜମ୍ମୁକାଶ୍ମୀର ସ୍ୱର୍ଗର ପରିଚୟ ଫେରି ପାଇବାକୁ ଯାଉଛି: ମୋଦୀ

ଏଥିରେ ବିଦ୍ୟାଳୟର ଶିକ୍ଷୟତ୍ରୀ ମମତା ରାଣୀ ପୃଷ୍ଠି ,କିରଣ କୁମାର ବେହେରା ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚାସିନ ଥିଲେ । ବିଦ୍ୟାଳୟର ଶିକ୍ଷକ ଓ କର୍ମଚାରୀ ମାନଙ୍କ ମଧ୍ୟରେ ସୀତାମ୍ବରୀ ନାୟକ,ମାନସୀ ବାଗ, ସୌମ୍ୟା ସେଫାଳିକା ସିଂହ, ମୀନାରାଣୀ ମାଝୀ, ରାମନାରାୟଣ ପାଣ୍ଡେ,ମାନସ କୁମାର ଦତ୍ତ ଓ କନିଷ୍କ ଚନ୍ଦ୍ରଶେଖର ମହାନ୍ତିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା। ଶେଷରେ ପ୍ରଧାନ ଶିକ୍ଷୟିତ୍ରୀ ସୁହାଗିନି ହେମ୍ବ୍ରମ ଧନ୍ୟବାଦ ଅର୍ପଣ କରିଥିଲେ ।

ଅଧକ ପଢ଼ନ୍ତୁ: କଳାହାଣ୍ଡି-କନ୍ଧମାଳ-କୋରାପୁଟରେ ଘନ କୁହୁଡ଼ି: ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe