ସମ୍ବଲପୁରରେ ରାଜ୍ୟପାଳ

ସମ୍ବଲପୁରରେ ରାଜ୍ୟପାଳ

ସମ୍ବଲପୁର: ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଶୁକ୍ରବାର ସଂଧ୍ୟାରେ ସମ୍ବଲପୁରରେ ପହଞ୍ଚିଛନ୍ତି। ଭୁ‌ବନେଶ୍ବରରୁ ଆସି ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ର. ଲାଲ୍ କାର୍‌ରେ ଆସି ମନ୍ଦଲିଆସ୍ଥିତ ଶ୍ରୀ ଶ୍ୟାମ ମନ୍ଦିରରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିଥିଲେ। ସେଠାରେ ମନ୍ଦିର କମିଟି ତରଫରୁ ତାଙ୍କୁ ଭବ୍ୟ ସ୍ବାଗତ କରା ଯାଇଥିଲା।

ସେଠାରେ ଦର୍ଶନ ପରେ ରାଜ୍ୟପାଳ ପ୍ରସାଦ ସେବନ କରିଥିଲେ। ଏହାପରେ ସେ ଅଶୋକ ନିବାସ ଯାଇ ରାତ୍ରିଯାପନ କରିଛନ୍ତି। ଶନିବାର ସକାଳେ ପ୍ର. ଲାଲ୍ ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ଏହାପରେ ସେଠାରୁ ଭୁବନେଶ୍ବର ଫେରି ଯିବାର କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe