ପ୍ରୟାଗରାଜକୁ କୋରାପୁଟରୁ ଗଡ଼ିଲା ସରକାରୀ ବସ୍

ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ମହାକୁମ୍ଭମେଳା ପାଇଁ ସ୍ଵତନ୍ତ୍ର ଡବଲ ଏକ୍ସଲ ଭଲବୋ ବସ୍ ସେବାର ବ୍ୟବସ୍ଥା କରିଛନ୍ତି। ସୋମବାର କୋରାପୁଟରୁ ପ୍ରୟାଗରାଜକୁ ଏକ ସରକାରୀ ବସ୍‌ର ଶୁଭାରମ୍ଭ କରାଯାଇଛି...

kpt-ayodya ku godila bus

kpt-ayodya ku godila bus Photograph: (sambad.in)

କୋରାପୁଟ: ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ପକ୍ଷରୁ ମହାକୁମ୍ଭମେଳା ପାଇଁ ସ୍ଵତନ୍ତ୍ର ଡବଲ ଏକ୍ସଲ ଭଲବୋ ବସ୍ ସେବାର ବ୍ୟବସ୍ଥା କରିଛନ୍ତି। ସୋମବାର କୋରାପୁଟରୁ ପ୍ରୟାଗରାଜକୁ ଏକ ସରକାରୀ ବସ୍‌ର ଶୁଭାରମ୍ଭ କରାଯାଇଛି। ଏହି ବସ୍ କୋରାପୁଟରୁ ଅଯୋଧ୍ୟା ଚଳାଚଳ କରିବ। କୋରାପୁଟ ବିଧାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।

କୋରାପୁଟ ଜିଲ୍ଲାପାଳ ଭି କୀର୍ତ୍ତି ୱାସନ,ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ସୀସା, ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ। ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମର ଜିଲ୍ଲା ପରିବହନ ମ୍ୟାନେଜର ଶ୍ରୀନିବାସ ପାଣିଗ୍ରାହୀ ଯୋଗଦେଇ ପରିଚାଳନା କରିଥିଲେ। 

କୋରାପୁଟ ସହର ବାସିନ୍ଦାଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ସରକାରୀ ବସ ଚଳାଇବା ପାଇଁ ଚେଷ୍ଟା କରାଯାଉଛି ବୋଲି କୋରାପୁଟ ବିଧାୟକ ରଘୁରାମ ମାଛ କହିଛନ୍ତି।ବସରେ ସହକାରୀ ପ୍ରବନ୍ଧକ ପ୍ରକାଶ କୁମାର ନାୟକଙ୍କ ସହ ଅନ୍ୟ ଜଣେ କର୍ମଚାରୀ ଯାତ୍ରୀଙ୍କୁ ସହଯୋଗ କରିବା ପାଇଁ ଯାଇଛନ୍ତି।

ଅଧିକ ପଢ଼ନ୍ତୁ: ବେଆଇନ ବାଂଲାଦେଶୀଙ୍କୁ ଭାରତକୁ ଆସିବାକୁ ଦିଅ : ପିତ୍ରୋଡା

ପୁରୁଷଙ୍କ ପାଇଁ ୭ହଜାର ଏବଂ ମହିଳାଙ୍କ ପାଇଁ ୪ହଜାର ୩୫୨ଟଙ୍କା ଟିକେଟର ଦର ରହିଛି। ୫ଦିନ ଧରି ଏହି ବସ୍ ଯିବା ଓ ଆସିବା କରିବ।

ସେହିପରି ଅଧିକା ବସ୍ ଯୋଗାଇବା ପାଇଁ କୋରାପୁଟରେ ବହୁ ଯାତ୍ରୀ ଦାବି କରିଛନ୍ତି। ଏଦିଗରେ ରାଜ୍ୟ ସରକାରଙ୍କୁ ଅବଗତ କରାଯିବ ବୋଲି ଜିଲ୍ଲାପାଳ ଓ ବିଧାୟକ କହିଛନ୍ତି।

ଅଧିକ ପଢ଼ନ୍ତୁ: ସ୍ବେଚ୍ଛାକୃତ ରକ୍ତଦାନ ଶିବିର,୩୧ ୟୁନିଟ ରକ୍ତ ସଂଗ୍ରହ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe