ସରକାର ତୁରନ୍ତ ଚାଷୀଙ୍କ ଧାନକୁ କ୍ବିଣ୍ଟାଲ ପିଛା ୩୨ ଶହ ଟଙ୍କାରେ ଖରିଦ କରନ୍ତୁ: ନକ୍ସଲ

ନକ୍ସଲ ସଂଗଠନର କେନ୍ଦ୍ର ଓ ଦଣ୍ଡକାରଣ୍ୟ କମିଟି ତରଫରୁ ପ୍ରେସ ବିଜ୍ଞପ୍ତି

ସାଧାରଣ ଜୀବନ ବିତାଉଥିବା ମହିଳା ନକ୍ସଲକୁ ଗିରଫ କରିଛି ପୁଲିସ: ନକ୍ସଲ

ମାଲକାନଗିରି: ନକ୍ସଲ ସଂଗଠନର କେନ୍ଦ୍ର କମିଟିର ପ୍ରବକ୍ତା ଅଭୟ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ଯେ କେନ୍ଦ୍ର ସରକାର ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ସମେତ ୮ଟି ସଂସ୍ଥା ଉପରେ ପ୍ରତିବନ୍ଧ ଲଗାଇଥିବାରୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ଏହାକୁ ଘୋର ନିନ୍ଦା କରାଯାଉଥିବା କୁହାଯାଇଛି। ପିଏଫଆଇକୁ ୫ ବର୍ଷର ପ୍ରତିବନ୍ଧ ଲଗାଇଛି କେନ୍ଦ୍ର ସରକାର। ମୁସଲମାନ ସମାଜକୁ କେନ୍ଦ୍ର ସରକାର ଅପରାଧୀ ବନାଇ ଦେଇଥିବା ସଂଗଠନ କହିଛି। ସେପ୍ଟେମ୍ବର ୨୫ ତାରିଖରୁ ୨୯ ତାରିଖ ମଧ୍ୟରେ ଏଏନଆଇର ହମଲାରେ ୧୧ଟି ରାଜ୍ୟର ପିଏଫଆଇର ୧୦୦ରୁ ଊର୍ଦ୍ଧ୍ବ ସଦସ୍ୟଙ୍କର ଗିରଫ କରାଯିବା ସହ ୨୫୦ ଜଣଙ୍କୁ ଜେଲରେ ଭର୍ତ୍ତି କରାଯାଇଛି ବୋଲି ଅଭୟ ଅଭିଯୋଗ କରିଛନ୍ତି।ଯେଉଁ ଲୋକ ଗିରଫ ହୋଇଛନ୍ତି ସେହି ପରିବାରର ଏବେ ସ୍ଥିତି ଅତ୍ୟନ୍ତ ଖରାପ ହୋଇପଡିଛି।

ବିଜେପି ସରକାର ଯେବେଠାରୁ କେନ୍ଦ୍ରକୁ ଆସିଲା ସେବେ ଠାରୁ ମୁସଲମାନଙ୍କୁ ଘୃଣିତ କରି ଚାଲିଛି ବୋଲି କୁହାଯାଇଛି। ତେବେ ବିଜେପି ଆଣିଥିବା ଏହି ପ୍ରତିବନ୍ଧକୁ ତୁରନ୍ତ ହଟାଇବାକୁ ଦାବି କରିବା ସହ ସମସ୍ତେ ଏଥିପାଇଁ ଆନ୍ଦୋଳନ କରିବା ଦରକାର ବୋଲି ସଂଗଠନ କହିଛି। ସେହିପରି ଅନ୍ୟ ଏକ ପ୍ରେସ ବିଜ୍ଞପ୍ତିରେ ଦଣ୍ଡକାରଣ୍ୟ କମିଟି ତରଫରୁ ପ୍ରବକ୍ତା ବିପ୍ଲବ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛି ଯେ କେନ୍ଦ୍ର ସରକାର ତୁରନ୍ତ ଚାଷୀଙ୍କ ଧାନକୁ କ୍ବିଣ୍ଟାଲ ପିଛା ୩୨ ଶହ ଟଂକାରେ ଖରିଦ କରନ୍ତୁ। କେନ୍ଦ୍ର ସରକାର ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛି। ଏବେ ମଧ୍ୟ ଦେଶର ଚାଷୀ ଆତ୍ମହତ୍ୟା କରୁଛନ୍ତି। ପୁଞ୍ଜିପତି ଏବଂ ସାମ୍ରାଜ୍ୟବାଦୀ ଚଳାଉଥିବା କେନ୍ଦ୍ର ସରକାର ଚାଷୀଙ୍କ ସମସ୍ୟାର ସମାଧାନ କରିବାରେ ବିଫଳ ହୋଇଛି। ୨୦୨୦ରେ ଯେଉଁ ଚାଷୀ ବିରୋଧୀ ବିଲ ଆସିଥିଲା ତାକୁ ତୁରନ୍ତ ରଦ୍ଦ କରାଯାଉ ବୋଲି ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe