ଲଛିପୁର: ସୋନପୁର ବ୍ଲକ୍ ଲଛିପୁର ଥାନା ମାଟିଆପାଲିଠାରେ ସରକାରୀ ଜମି ଜବରଦଖଲ କରି ଅବୈଧ ଭାବେ ନିର୍ମାଣ କରି ରହୁଥିବା ଘରକୁ ଭାଙ୍ଗିଲା ପ୍ରଶାସନ। ନିଜ କ୍ଷମତା ବଳରେ ସରକାରୀ ଜମିକୁ ଜବରଦଖଲ କରି କିଛି ଲୋକ ବର୍ଷ ବର୍ଷ ଧରି ରହିଆସୁଥିଲେ। ଘରଗୁଡ଼ିକର ଯାଞ୍ଚ କରାଯାଇ ୧୨ଟି ଘର ଚିହ୍ନଟ ହୋଇଥିଲା। ସେଗୁଡ଼ିକୁ ମାଜିଷ୍ଟ୍ରେଟଙ୍କ ନେତୃତ୍ୱରେ ଉଚ୍ଛେଦ କରାଯାଇଥିଲା। ମାଜିଷ୍ଟ୍ରେଟ ଭାବେ ଦିବ୍ୟଜ୍ୟୋତି ପରିଡ଼ା, ତହସିଲଦାର ସୌମ୍ୟରଞ୍ଜନ ରଥ, ଆଡିସନାଲ ତହସିଲଦାର ଯୋଗେଶର ଧରୁଆ ଓ ପୁଲିସ ଫୋର୍ସ ଉପସ୍ଥିତଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us