ବନ୍ତ ବଜାରରୁ ଜବରଦଖଲ ଉଚ୍ଛେଦ

ବନ୍ତ ବଜାରରୁ ଜବରଦଖଲ ଉଚ୍ଛେଦ

ବନ୍ତ: ଆନନ୍ଦପୁର -ଭଦ୍ରକ ୫୩ନଂ ରାଜ୍ୟ ରାଜପଥ ପାର୍ଶ୍ବ ଭଦ୍ରକ ଜିଲ୍ଲା ଅନ୍ତର୍ଗତ ବନ୍ତ ବ୍ଲକ ସଦର ମହକୁମାରେ ଜବରଦଖଲରେ ଥିବା ସରକାରୀ ଜମିକୁ ବନ୍ତ ତହସିଲ ପକ୍ଷରୁ ଆଜି ଉଚ୍ଛେଦ କରାଯାଉଛି। ସୂଚନାଯୋଗ୍ୟ ଯେ ଉପରୋକ୍ତ ରାସ୍ତା ପାର୍ଶ୍ବବନ୍ତ ବଜାରର ବ୍ଲକ ଛକଠାରୁ ଜଳସେଚନ ବିଭାଗ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସରକାରୀ ଜମିକୁ କେତେକ ଲୋକ ଜବରଦଖଲ କରି ସ୍ଥାୟୀ ଓ ଆଉ କେତେକ ଲୋକ ଉଠା ବ୍ୟବସାୟ କରୁଥିଲେ।ଫଳରେ ସବୁ ସମୟରେ ଜାମ ରହିବା ସହ ଦୁର୍ଘଟଣା ହେଉଥିଲା। ସେହିଭଳି ଏକ ଅପ୍ରତ୍ୟାଶିତ ପରିସ୍ଥିତିରେ ଗତ କିଛିଦିନ ତଳେ ଏକ ସଡକ ଦୁର୍ଘଟଣାରେ ବନ୍ତ ବଜାରର ଜଣେ ଫଳ ବ୍ୟବସାୟୀଙ୍କର ମୃତ୍ୟୁ ଘଟିଥିଲା।

publive-image

ଫଳରେ ସ୍ଥାନୀୟ ଲୋକମାନେ ବଜାରରୁ ଜବରଦଖଲ ଉଚ୍ଛେଦ କରିବା ଦାବିରେ ରାସ୍ତାରୋକ କରିଥିଲେ। ସେତେବେଳେ ଭଦ୍ରକ ଉପଜିଲ୍ଲାପାଳ ଜବରଦଖଲ ଉଚ୍ଛେଦ ନିମନ୍ତେ ଆନ୍ଦୋଳନକାରୀମାନଙ୍କୁ ପ୍ରତିଶୃତି ଦେଇଥିଲେ। ପ୍ରତିଶୃତି ଅନୁଯାୟୀ ବନ୍ତ ତହସିଲ ପକ୍ଷରୁ ସମସ୍ତ ଉଚ୍ଛେଦ ପ୍ରକ୍ରିୟା ଶେଷକରିବାପରେ ଆଜି ବନ୍ତ ବଜାରରୁ ଜବରଦଖଲ ଉଚ୍ଛେଦ କରାଯାଇଛି। ଏହି ଅବସରରେ ମାଜିଷ୍ଟ୍ରେଟ ଭାବେ ବନ୍ତ ତହସିଲଦାର ଅଙ୍କିତା ବାରିକ, ଅତିରିକ୍ତ ତହସିଲଦାର ବିନିତାରାଣି କିସ୍କୁ,ଏସ୍ ଡି ପି ଓ ବିଜୟକୃଷ୍ଣ ମହାପାତ୍ର,ବନ୍ତ ଥାନା ଅଧିକାରୀ ଆଦିତ୍ୟ ପ୍ରସାଦ ଜେନା,ଆଗରପଡା ଥାନା ଅଧିକାରୀ ମୋନାଲିସା କର, ଭଣ୍ଡାରିପୋଖରୀ ଥାନା ଅଧିକାରୀ ତପନ ପ୍ରଧାନ,ରାସ୍ତା ଗୃହ ନିର୍ମାଣ ବିଭାଗର ଏସ୍ ଡି ଓ଼ ପ୍ରିୟଙ୍କା ସାହୁ ପ୍ରମୁଖ ଉପସ୍ଥିତ ଥିଲାବେଳେ ଦୁଇ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe