ସରକାରୀ ଅଧିକାରୀଙ୍କ ଝାରସୁଗୁଡ଼ା ଛାଡ଼ିବାକୁ ଇଚ୍ଛା ହେଉନି

Advertisment
ସରକାରୀ ଅଧିକାରୀଙ୍କ ଝାରସୁଗୁଡ଼ା ଛାଡ଼ିବାକୁ ଇଚ୍ଛା ହେଉନି

Justdial

ଝାରସୁଗୁଡ଼ା: ଝାରସୁଗୁଡ଼ାକୁ ‌ଯେଉଁ ସରକାରୀ ଅଧିକାରୀ ଥରେ ଆସିଲେ ଏଠୁ ଯିବାକୁ ଆଉ ସେମାନେ ଇଚ୍ଛା ପ୍ରକାଶ କରୁନାହାନ୍ତି। ଏପରିକି ବିଭାଗୀୟ ପଦୋନ୍ନତିକୁ ବି ଅଣଦେଖା କରି ବାବୁ, ବାବୁଆଣୀମାନେ ନିଜ ପଦବିରେ ବର୍ଷ ବର୍ଷ ଧରି ରହିଛନ୍ତି। ଖଣି ଖାଦାନ ଭରା ଝାରସୁଗୁଡ଼ା ଜିଲ୍ଲାର ପ୍ରାୟ ସବୁ ବିଭାଗରେ ଖଣିଜ ପାଣ୍ଠିର ମହୁ ଲାଗୁଥିବାରୁ ଅଧିକାରୀମାନେ ଏହାକୁ ଛାଡ଼ି ଯିବାକୁ ନାରାଜ ହେଉଥିବା ଅଭିଯୋଗ ହେଉଛି। ଗତ ଉପ ନିର୍ବାଚନ ସମୟରେ ମଧ୍ୟ ବିରୋଧୀ ଦଳ ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ନିର୍ବାଚନ କମିସନଙ୍କ ଦ୍ବାରସ୍ଥ ହୋଇଥିଲେ। ଅବଶ୍ୟ ଏହା ପରେ ତତ୍କାଳୀନ ଜିଲ୍ଲାପାଳଙ୍କ ସାଙ୍ଗରେ ପୁଲିସ ବିଭାଗର ଅଧିକାରୀଙ୍କ ବଦଳି ହୋଇଥିଲା।

କିନ୍ତୁ ଜିଲ୍ଲା ପ୍ରଶାସନର ଅନେକ ବଡ଼ମୁଣ୍ଡି ଏଯାଏ ଗାଦି ମାଡ଼ି ବସିଥିବା ଅଭିଯୋଗ ହେଉଛି। ଘଟଣା ସମ୍ପର୍କରେ ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କୁ ପଚାରିବାରେ, ଆସନ୍ତା ନିର୍ବାଚନ ପୂର୍ବରୁ ଏହି ଅଧିକାରୀମାନେ ଯେମିତି ହେଲେ ବଦଳି ହେବେ ବୋଲି କହିଛନ୍ତି। ନିର୍ବାଚନ ପୂର୍ବରୁ ସରକାରୀ ଅଧିକାରୀଙ୍କର ଏକ ତାଲିକା ପ୍ରସ୍ତୁତ କରାଯାଇଥାଏ, ଯାହାର ପ୍ରସ୍ତୁତି ଆରମ୍ଭ ହୋଇ ସାରିଥିବା ଜିଲ୍ଲାପାଳ ଶ୍ରୀମତୀ ନରୱଣେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe