ମଦନପୁର ରାମପୁର ବ୍ଳକରେ ସରକାରୀ ଯୋଜନା ଅପହଞ୍ଚ, ପ୍ରଶାସନର ନାଲିଫିତା ତଳେ ଯୋଗ୍ୟ ହିତାଧିକାରୀ ବି ଆଯୋଗ୍ୟ

Advertisment
ମଦନପୁର ରାମପୁର ବ୍ଳକରେ ସରକାରୀ ଯୋଜନା ଅପହଞ୍ଚ, ପ୍ରଶାସନର ନାଲିଫିତା ତଳେ ଯୋଗ୍ୟ ହିତାଧିକାରୀ ବି ଆଯୋଗ୍ୟ
ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକର ମାଣିକେରା ପଞ୍ଚାୟତ ଅନ୍ତର୍ଗତ ଡମ୍ବ ଗାଁରେ ଦେଖିବାକୁ ମିଳିଛି ପ୍ରଶାସନିକ ଅବ୍ୟବସ୍ଥାର ଏକ ନଗ୍ନ ଚିତ୍ର। ସରକାର ଗୋଟିଏ ପଟେ ଗରିବ ଦୂରୀକରଣ ଓ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ପରିବାରଙ୍କୁ ବିଭିନ୍ନ ଗରିବ କଲ୍ୟାଣ ଯୋଜନା ଦ୍ୱାରା ସ୍ୱ।ବଲମ୍ବୀ କରାଉଥିବାର କଥା କହୁଥିବା ବେଳେ ପ୍ରଶାସନିକ ଅପାରଗତା କାରଣରୁ ବହୁ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାରୁ ବାଦ ପଡ଼ିଛନ୍ତି ।
ଦୁର୍ଗମ ପାହାଡ ପର୍ବତ ଘେରା ଡମ୍ବ ଗାଁର ନିଵାସୀ ସେବାନ୍ତି ମାଝୀ, ଗାନ୍ଦୁଲି ଭୋଇ, ନବୀନ ମାଝୀ ଓ କୁନ୍ତୀ ମାଝୀଙ୍କ ଅସହାୟ କରୁଣ କାହାଣୀ ଶୁଣିଲେ ଦରଦୀ ଆଖି ଛଳ ଛଳ ହୋଇପଡେ। ଅସହାୟ ଦୁଃଖରେ ପାଞ୍ଚ ପ୍ରାଣୀ କୁଟୁମ୍ବଙ୍କୁ ନେଇ ବଂଚିବା ଓ ବଞ୍ଚେଇବା ପାଇଁ ଅହରହ ସଂଗ୍ରାମ କରି ଆସୁଥିବା ବିଧବା ମହିଳା ସେବାନ୍ତି ମାଝୀଙ୍କ କରୁଣ କାହାଣୀ ଅତି ଦୁର୍ବିସହ ଅଟେ। ସାତ ବର୍ଷ ତଳେ କୌଣସି ଏକ ଦୁରାରୋଗର ଶିକାର ହୋଇ ସେବାନ୍ତି ମାଝୀଙ୍କ ସ୍ୱାମୀ ସ୍ବର୍ଗତ ଘାଂସିରାମ ମାଝୀଙ୍କ ମୃତ୍ୟୁ ଘଟିଥିଲା । ଜନ୍ମରୁ ଭିନ୍ନକ୍ଷମ ବଡ ପୁଅ ନବୀନ ମାଝୀ(୨୫), ସୋନ୍ୟମ ମାଝୀ(୧୬), ସଂଜୀବ ମାଝୀ(୧୪), ସୁବର୍ଣ୍ଣି ମାଝୀ(୧୨) ଓ ପ୍ରୟଙ୍କା ମାଝୀ(୧୦)ଙ୍କୁ ନେଇ  ଅତି କଷ୍ଟରେ ଏଠି ସେଠି ମୂଲ ଲାଗି ଜଂଗଲ ଜାତ ସାମଗ୍ରୀ ସଂଗ୍ରହ କରିଥାନ୍ତି ।
ଜଙ୍ଗଲରୁ ଶିଆଳ ପତ୍ର ସଂଗ୍ରହ କରି ଶିଆଳ ପତ୍ର ଖଲି ପ୍ରସ୍ତୁତ କରି ଦୁଇ କୋମଳ ମତି ଝିଅ ଓ ତିନି ପୁଅଙ୍କ ସହ ଜୀବନଜୀବିକା ନିର୍ବାହ କରି ଆସୁଛନ୍ତି।ବଡ ପୁଅ ନବୀନ ମାଝୀ ଭିନ୍ନକ୍ଷମ ହୋଇ ଥିବାରୁ ପର ଆଶ୍ରିତ ଅଟନ୍ତି। ଅନ୍ୟ ଦୁଇ ପୁଅ ଓ ଦୁଇ ଝିଅ ଆର୍ଥିକ ଅସ୍ବଚ୍ଛଳତା ଓ ଗାଁକୁ ଗମନାଗମନର ସୁବିଧା ନ ଥିବା କାରଣରୁ ପ୍ରାକ ପ୍ରାଥମିକ ଶିକ୍ଷାରୁ ବି ବଂଚିତ ଅଛନ୍ତି ।  ଏହି ପରିବାରରେ ଜଣେ ବିଧବା ମହିଳା ହିଁ ଉପାର୍ଜନ କ୍ଷମ ଅଟନ୍ତି। ସ୍ୱାମୀଙ୍କ ପରେ ଶାଶୁ ଶ୍ୱଶୁର ବି ଆର ପାରିରେ । ସରକାରୀ ସହାୟତା କହିଲେ କେବଳ ପିଡ଼ିଏସ ଚାଉଳ ଯାହା ଅଭାବୀ ପେଟକୁ ନିଅଂଟ । ନା ମିଳିଛି ଆବାସ ଗୃହ, ନା ମିଳିଛି ବିଧବା ସହାୟତା କି ବିଧବା ଭତ୍ତା, ନା ମିଳୁଛି ୧୦୦ ଦିନର ନିଶ୍ଚିତ କର୍ମ ନିଯୁକ୍ତି ସହାୟତା ।
publive-image
ଦୀର୍ଘ ସାତ ବର୍ଷରୁ ବିଧବା ମହିଳା ଜଣକ ପଂଚାୟତଠୁ ବ୍ଲକ ପର୍ଯ୍ୟନ୍ତ ସମସ୍ତ ଅଧିକାରୀଙ୍କୁ ନିଜ ଦୁଃଖ ଜଣାଇଥିଲେ ବି କାହା ପାଖେ ସମୟ ନାହିଁ । ପ୍ରତ୍ୟେକ ଥର ପରି ଆବେଦନ ପତ୍ରକୁ ଖାରଜ କରି ଫୋପାଡ଼ି ଦିଆଯାଉଛି କାର୍ଯ୍ୟାଳୟରେ ଖତ ଖାଉଥିବା କାଗଜପତ୍ର ଫାଇଲର ଭିଡ ଭିତରକୁ। ଦୁର୍ଗମ ଘାଟି ରାସ୍ତା ପାରି ହୋଇ ପ୍ରଶାସନିକ ଅଧିକାରୀଙ୍କ ଦ୍ୱାରସ୍ଥ ବାରମ୍ବାର ହେବା ପରେ ନୟାନ୍ତ ହୋଇ ଭାଗ୍ୟକୁ ଆଦରି ପାଞ୍ଚ ପ୍ରାଣୀଙ୍କୁ ମଣିଷ କରିବାକୁ ଯାଇ ସଂଗ୍ରାମ କରୁଛନ୍ତି ସେଇ ଅଖ୍ୟାତ ଉପାନ୍ତ ଅଂଚଳରେ ନିଜ ସ୍ବର୍ଗତ ସ୍ୱାମୀ ଙ୍କ ସ୍ମୃତି କୁ ସାଉଁଟି।ଗାଁରେ ଦୁଇରୁ ଅଧିକ ବିଧବା ମହିଳା ବିଧବା ଭତ୍ତା ପାଇଁ ଯୋଗ୍ୟ ହିତାଧିକାରୀ ସେବାନ୍ତି ମାଝୀ ଓ ଗାନ୍ଦୁଲି ଭୋଇ, ଦୁଇ ଦୁଇଟି  ଭିନ୍ନନକ୍ଷମ ଭତ୍ତା ପାଇବା ର ଯୋଗ୍ୟ ହିତାଧିକାରୀ ନବୀନ ମାଝୀ ଓ କୁନ୍ତୀ ମାଝୀ(୮) ।
ଅନେକ ବର୍ଦ୍ଧ୍ୟକ୍ୟ ଭତ୍ତା ତଥା ଆବାସ ଯୋଜନାର ଯୋଗ୍ୟ ହିତାଧିକାରୀ ରହିଥିବା ବେଳେ ସ୍ଥାନୀୟ ପ୍ରଶାସନର ତଦନ୍ତ ଓ ଗାଁ ଗାଁ ବୁଲିବା ଘଟଣା ସବୁ କଣ ପ୍ରହସନ ବୋଲି ସାଧରଣରେ ପ୍ରଶ୍ନବାଚି  ସୃଷ୍ଟି କରିଛିି । ମାଁନିକେରା ମହିଳା ସରପଞ୍ଚଙ୍କୁ ପଚାରିବାରୁ ଗତ ପଂଚାୟତ ନିର୍ବାଚନ ଓ ସାଧାରଣ ନିର୍ବାଚନ ସମୟରେ ଡମ୍ବ ଗାଁ ଗ୍ରାମବାସୀ ଭୋଟ ଦେଇ ନ ଥିବା କଥା କହିଥିଲେ। ଏହି ଗ୍ରାମବାସୀମାନେ ଦେଢଶୁଲି କି ମାଣିକେରା ପଂଚାୟତର ଅଂଶ ବିଶେଷ ତାହା ପ୍ରଶାସନିକ ସ୍ତରରେ ନିର୍ଦ୍ଧାରିତ ହୋଇ ନ ଥିବା କାରଣରୁ ଅଂଚଳ ବାସୀ ପ୍ରାୟ ସରକାରୀ ଯୋଜନାରୁ ଓ ଉନୟନ କାର୍ଯ୍ୟରୁ ବଂଚିତ ହୋଇ ରହୁଥିବା କହିଥିଲେ।  ପ୍ରଶାସନ କେବେ ଡମ୍ବ ଗାଁ ବାସୀଙ୍କ ସମସ୍ୟା ସମାଧାନ କରୁଛି ଓ ଉପେକ୍ଷିତ ଅବହେଳିତ ଯୋଗ୍ୟ ହିତାଧିକାରୀଙ୍କୁ କେବେ ସରକାରୀ ସହାୟତା ପ୍ରଦାନ କରୁଛନ୍ତି ଲୋକେ  ଅପେକ୍ଷା କରିଛନ୍ତି ।ସରକାର ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe