ଭଦ୍ରକ ମେଡ଼ିକାଲରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ

Advertisment
ଭଦ୍ରକ ମେଡ଼ିକାଲରେ ଆହତଙ୍କୁ ଭେଟିଲେ ରାଜ୍ୟପାଳ

ଭଦ୍ରକ, ଆଜି  ଓଡ଼ିଶାର ମହାମହିମ ରାଜ୍ୟପାଳ ଶ୍ରୀ ଗଣେଶୀ ଲାଲ ଭଦ୍ରକ ମେଡ଼ିକାଲରେ  ପହଞ୍ଚି ବାହାନଗା ଟ୍ରେନ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇ ଚିକିତ୍ସିତ ହେଉଥିବା ଲୋକଙ୍କୁ ଭେଟି ସେମାନଙ୍କ ସହ ଆଲୋଚନା କରିବା  ସହ ସେମାନଙ୍କ ଚିକିତ୍ସା ସମ୍ପର୍କରେ ପଚାରି ବୁଝି ଥିଲେ। ଆହତ ମାନଙ୍କୁ କିଭଳି ଭଲ ଚିକିତ୍ସା ସେବା ମିଳିପାରିବ ସେ ସମ୍ପର୍କରେ ଜିଲ୍ଲା ପ୍ରଶାସନ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ  ଆଲୋଚନା କରିଥିଲେ। ଦୁର୍ଘଟଣାରେ ମୃତ୍ଯୁ ବରଣ  କରିଥିବା  ପରିବାରଙ୍କ ପ୍ରତି ସମବେଦନା ଜଣାଇଥିଲେ।

ଏଭଳି ଦୁଃଖଦ ସମୟରେ ସମସ୍ତ୍ ଙ୍କୁ  ଧର୍ଯ୍ୟର ସହ ପରିସ୍ଥିତିର ମୁକାବିଲା କରିବାକୁ ରାଜ୍ୟପାଳ  ପରାମର୍ଶ ଦେଇଥିଲା। ଏହି ଅବସରରେ  ଭଦ୍ରକ ଜିଲ୍ଲାପାଳ  ସିଦ୍ଧେଶ୍ୱର ବଳୀରମ ବନ୍ଦର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସନ୍ତୋଷ କୁମାର ପାତ୍ର ଓ  ଅନ୍ୟ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe