ଗୁଳିରେ ନୁହେଁ, ତର୍କ-ବିତର୍କ ମାଧ୍ୟମରେ କଥାବାର୍ତ୍ତା କରିବା ଦରକାର: ପ୍ରଫେସର ଗଣେଶୀ ଲାଲ

ଜାଲେଶପଟା ଶଙ୍କରାଚାର୍ଯ୍ୟ ଆଶ୍ରମର ବିଶ୍ୱଶାନ୍ତି ମହାଯଜ୍ଞ ଓ ୩୫ ତମ ବାର୍ଷିକ ଉତ୍ସବରେ ଯୋଗଦେଲେ ରାଜ୍ୟପାଳ

ଗୁଳିରେ ନୁହେଁ, ତର୍କ-ବିତର୍କ ମାଧ୍ୟମରେ କଥାବାର୍ତ୍ତା କରିବା ଦରକାର: ପ୍ରଫେସର ଗଣେଶୀ ଲାଲ

ତୁମୁଡିବନ୍ଧ: ଦେଶରେ ଆଉ କେହି ଭୟଭୀତ କରି ରଖିପାରିବ ନାହିଁ। ଆଉ ଗୁଳିର କଥା ଚଳିବ ନାହିଁ। ତର୍କ, ବିତର୍କ ଓ କଥାବାର୍ତ୍ତା ମାଧ୍ୟମରେ ସମସ୍ୟାରେ ସମାଧାନ ହୋଇ ପାରିବ। କନ୍ଧମାଳ ଜିଲ୍ଲାର ଜଲେଶପଟା ଶଙ୍କରାଚାର୍ଯ୍ୟ ଆଶ୍ରମରେ ଆୟୋଜିତ ବିଶ୍ୱଶାନ୍ତି ମହାଯଜ୍ଞରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଏହା କହିଛନ୍ତି। ସେ କହିଛନ୍ତି କି ରାମଙ୍କ ପାଇଁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଏହି କନ୍ଧମାଳର ଘଞ୍ଚ ଜଙ୍ଗଲକୁ ବାଛିଥିଲେ। ବିଶ୍ୱରେ ଯଦି କେହି ପ୍ରେମ, ସ୍ନେହ ଓ କରୁଣା ସୃଷ୍ଟି କରିଛି ସେ ହେଉଛି ଭାରତ। ଏବେ ଆମେ ଏଭଳି ଋଷିମୁନି ଓ ଧାର୍ମିକ ମାଧ୍ୟମରେ ସଫଳ ହୋଇଛୁ ବୋଲି କହିଛନ୍ତି ରାଜ୍ୟପାଳ। ରାଜ୍ୟପାଳ ତାଙ୍କ ଅଭିଭାଷଣ ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ନାମ ଧରି ଓଡ଼ିଆରେ କହିବା ସହ ଗୀତାର ସଂସ୍କୃତ ଶ୍ଳୋକ ଓ ଗୀତ ମାଧମରେ ଲୋକଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।

ଦୁଇଦିନିଆ କନ୍ଧମାଳ ଗସ୍ତର ପ୍ରଥମ ଦିନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ବଳିଦାନ ପୀଠ ତୁମୁଡିବନ୍ଧସ୍ଥିତ ଶଙ୍କରଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମରେ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ଓ କୋଠରୀକୁ ଯାଇ ପ୍ରଣାମ କରିବା ସହ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏହା ପରେ ସେ ବିଶ୍ୱ ଶାନ୍ତି ମହାଯଜ୍ଞ ଓ ୩୫ ତମ ବାର୍ଷିକ ଉତ୍ସବରେ ଯୋଗଦେଇ ଥିଲେ।

publive-image

ରାଜ୍ୟପାଳ ଅପରାହ୍ନ ୩ଟା୧୫ ମିନିଟରେ ଜଲେଶପଟ୍ଟା ଆଶ୍ରମରେ ପହଞ୍ଚିବା ପରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ତାଙ୍କୁ କନ୍ୟାଶ୍ରମର ଅନ୍ତେବାସୀମାନେ ପ୍ରଥମେ ପିଢ଼ା ଉପରେ ଛିଡ଼ାକରି ଫୁଲ, ଚନ୍ଦନ ଦେଇ ଭବ୍ୟ ସମ୍ବର୍ଦ୍ଧନା ଦେଇଥିଲେ। ପରେ ଶଙ୍କରାଚାର୍ଯ୍ୟ ସଂସ୍କୃତ କନ୍ୟାଶ୍ରମର ପ୍ରବେଶ ଦ୍ୱାର ଠାରୁ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ହତ୍ୟା କରାଯାଇଥିବା କଠୋରି ପର୍ଯ୍ୟନ୍ତ ଅନ୍ତେବାସୀ, ଶିକ୍ଷୟତ୍ରୀଙ୍କ ସହ ନିକଟସ୍ଥ ନେତାଜୀ ସୁବାଷ ବୋଷ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀମାନେ ହାତରେ ଧ୍ୱଜା ଧରି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇ ଭାରତ ମାତା କି ଜୟ ଗାନ କରି ରାଜ୍ୟପାଳଙ୍କୁ ସ୍ୱାଗତ କରି ଆଶ୍ରମ ମଧ୍ୟକୁ ପାଛୋଟି ନେଇଥିଲେ।

publive-image

ପରେ ରାଜ୍ୟପାଳ ସ୍ୱାମୀଜୀ ଙ୍କ ହତ୍ୟା ଗୃହ ଓ ସ୍ୱାମୀଜୀ ରହୁଥିବା କୋଠରୀଗୁଡିକୁ ବୁଲି ଦେଖିଥିଲେ। ସେଠାରୁ ଆସି ନିକଟରେ ନିର୍ମାଣ କରାଯାଇଥିବା ସିଲେଇ ଶିକ୍ଷା କେନ୍ଦ୍ରର ଉଦଘାଟନ କରିଥିଲେ। ମୁଗୁନି ପଥରରେ ନିର୍ମିତ ସ୍ୱାମୀଜୀଙ୍କ ପ୍ରତିମୂର୍ତ୍ତି ଉପରେ ଫୁଲମାଳ ଦେଇଥିଲେ। ସେଠାରୁ ଯାଇ କନ୍ୟାଶ୍ରମର ୩୫ତମ ବାର୍ଷିକ ଉତ୍ସବରେ ଯୋଗ ଦେଇଥିଲେ।

ପ୍ରଥମେ ଜାତୀୟ ସଙ୍ଗୀତ ପାଠ କରାଯାଇଥିଲା। ପରେ ସୁକନ୍ୟା ନାମକ ଏକ ବହିକୁ ରାଜ୍ୟପାଳ ଉନ୍ମୋଚନ କରିଥିଲେ। ଏହି ଅବସରରେ ରାଜ୍ୟପାଳ ୧୧ଲକ୍ଷ ଟଙ୍କା ଅନୁଦାନ ରାଶି ପ୍ରଦାନ ନିମନ୍ତେ ଘୋଷଣା କରିଥିଲେ। ରାଜ୍ୟପାଳଙ୍କ ସହ ମଞ୍ଚରେ ସ୍ୱାମୀ ଜୀବନ ମୁକ୍ତାନନ୍ଦ ପୂରୀ, ସମର୍ପଣ ଟ୍ରଷ୍ଟର ଅଧ୍ୟକ୍ଷ ପବିତ୍ର ସ୍ୱାଇଁ, ଗୋପାଳ ପ୍ରସାଦ ମହାପାତ୍ର, ଡ଼ା. ବିବେକାନନ୍ଦ ପ୍ରସାଦ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

କନ୍ୟାଶ୍ରମର ସମ୍ପାଦକ ଅଜିତ କୁମାର ବାରିକ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ୨୫ଜଣ ବ୍ୟକ୍ତିଙ୍କୁ ମଞ୍ଚରେ ମାନପତ୍ର ସହ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ରାଜ୍ୟପାଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe