ନୂଆପଡ଼ା ଗସ୍ତରେ ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ

ନୂଆପଡ଼ା ଗସ୍ତରେ ଓଡ଼ିଶା ମହାମହିମ ରାଜ୍ୟପାଳ ରଘୁବର ଦାସ

ନୂଆପଡ଼ା: ଓଡ଼ିଶାର ମହାମହିମ ରାଜ୍ୟପାଳ ରଘୁବର ଦାସ ଦୁଇ ଦିନିଆ ନୂଆପଡା ଗସ୍ତରେ ଆସିଛନ୍ତି। ଜିଲ୍ଲାର ସଦର ବ୍ଲକ ରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦାନ କରିଛନ୍ତି। କୋମନା ବ୍ଲକ ଦଳଦଳି ଗ୍ରାମଠାରେ ସମନ୍ୱିତ ଶିଶୁ ଓ ମହିଳା ବିକାଶ ଯୋଜନାରେ ହିତାଧିକାରୀଙ୍କୁ ସାକ୍ଷାତ କରି ଯୋଜନା ସମ୍ପର୍କରେ ବୁଝିଥିଲେ। ସେ କହିଥିଲେ ଯେ ଅଙ୍ଗନୱାଡି କେନ୍ଦ୍ର ସଂସ୍କାରର ମନ୍ଦିର । ଏହି ମନ୍ଦିରରେ ସମସ୍ତ ଶିଶୁ ଭଗବାନ ଅଟନ୍ତି। ନିଜ ଶିଶୁଙ୍କୁ ଆବଶ୍ୟକ ପୋଷଣ ଖାଦ୍ୟ ଯୋଗାଣ କରିବାକୁ ଆହ୍ବାନ କରିଥିଲେ। ଅଙ୍ଗନୱାଡି କର୍ମୀଙ୍କ ମୁଖ୍ୟ ଅବଦାନ ରହିଛି। କେବଳ ୩ କିମ୍ବା ସାଢେ଼ ତିନି ଘଣ୍ଟା ଆଣି ଶିଶୁଙ୍କୁ ବସାଇବା ବଦଲରେ ସେମାନଙ୍କୁ ସଂସ୍କାରିତ କରିବା, ଶିଶୁ ଓଡ଼ିଶା ଏବଂ ଦେଶର ଭବିଷ୍ୟତ ନାଗରିକ ଅଟନ୍ତି ବୋଲି ମତବ୍ୟକ୍ତ କରିଥିଲେ।

ରାଜ୍ୟରେ ୩୮% ପ୍ରତିଶତ ଶିଶୁ କୁପୋଷଣ, କମ ଓଜନ, ଏବଂ ସ୍ବାସ୍ଥ୍ୟ ସମସ୍ୟା ରହିଅଛି। ସେହିପରି ସମଗ୍ର ଦେଶରେ ୧୩୦ ଜିଲ୍ଲାକୁ ଆକାଂକ୍ଷା ଜିଲ୍ଲା ରହିଅଛି। ଓଡ଼ିଶାରେ ୧୦ ଗୋଟି ଆକାଂକ୍ଷା ଜିଲ୍ଲା ମଧ୍ୟରୁ ନୂଆପଡ଼ା ମଧ୍ୟ ରହିଅଛି ବୋଲି କହିଥିଲେ। ପରେ ରାଜ୍ୟପାଳ ଟାନୁଓ୍ବାଟ ପଞ୍ଚାୟତ ସ୍ବାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ପରିଦର୍ଶନ କରିବା ସହ ଖରିଆର ରୋଡ ସାହୁ ସମାଜର ଏକ କାର୍ଯ୍ୟକ୍ରମରେ ଯୋଗଦାନ କରିବା ସହ ବଲୋଦା ଓ ପତୋରା ଶିବ ମନ୍ଦିର ପରିଦର୍ଶନ କରିଛନ୍ତି। ଏହି ଗସ୍ତରେ ଜିଲ୍ଲାପାଳ ହେମକାନ୍ତ ସାଏ,ଏସପି ଜିଆର ରାଘବେନ୍ଦ୍ର ଉପସ୍ଥିତ ଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe