ଜାତୀୟ ବିପତ୍ତିରେ ମଧ୍ୟ ଦୁର୍ନୀତି: ସହାୟତା ପ୍ରଦତ୍ତ ଟଙ୍କା ହଡପ କରି ଗ୍ରାମପଞ୍ଚାୟତ ପିଅନ ବହିଷ୍କୃତ

Advertisment

ଗରିବ ଙ୍କ ସହାୟତା ଟଙ୍କା ମଧ୍ୟ ଛାଡିଲେ ନାହିଁ, ନିର୍ମାଣ ଶ୍ରମିକଙ୍କ ସହାୟତା ପ୍ରଦତ୍ତ ଟଙ୍କା ହଡପ

ଗରିବ ଙ୍କ ସହାୟତା ଟଙ୍କା ମଧ୍ୟ ଛାଡିଲେ ନାହିଁ, ନିର୍ମାଣ ଶ୍ରମିକଙ୍କ ସହାୟତା ପ୍ରଦତ୍ତ ଟଙ୍କା ହଡପ

ଜାତୀୟ ବିପତ୍ତିରେ ମଧ୍ୟ ଦୁର୍ନୀତି: ସହାୟତା ପ୍ରଦତ୍ତ ଟଙ୍କା ହଡପ କରି ଗ୍ରାମପଞ୍ଚାୟତ ପିଅନ ବହିଷ୍କୃତ

ସୁନ୍ଦରଗଡ/ହେମଗିର: ବର୍ତ୍ତମାନ ଦେଶବାସୀ କରୋନା ପରି ଏକ ବିଶ୍ବ ମହାମାରୀ ବିପତ୍ତିର ସାମ୍ନା କରୁଛନ୍ତି। ଔଷଧ ବିହିନ ଏହି କରୋନା ସଂକ୍ରମଣର ମୁକାବିଲା ପାଇଁ ସାରା ଦେଶ ଲାଗିପଡିବା ସହ ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ତାଲାବନ୍ଦ ଘୋଷଣା କରାଯାଇଛି। ଫଳରେ ଦେଶବାସୀ ପଦାକୁ ନବାହାରିବାକୁ ପରାମର୍ଶ ଦିଆଯାଇ ଯଥାସମ୍ଭବ ଘରେ ରହିବାକୁ ଅନୁରୋଧ କରାଯାଇଛି। ଫଳରେ ଦେଶର କୋଟି କୋଟି ସାଧାରଣ ଜନତା, ଗରିବ, ଅସହାୟ, ଶ୍ରମିକ ମାନେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି।

ସରକାରଙ୍କ ପକ୍ଷରୁ ମଧ୍ୟ ଏମାନଙ୍କ ପାଇଁ ଚାଉଳ, ଭତ୍ତା ଏବଂ ଅନ୍ୟାନ୍ୟ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଏନେଇ ନିର୍ମାଣ ଶ୍ରମିକମାନଙ୍କ ପାଇଁ ମଧ୍ୟ ସରକାର ୧୫୦୦ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ମାତ୍ର ଏପରି ଜାତୀୟ ବିପତ୍ତିରେ ମଧ୍ୟ ସରକାର ପ୍ରଦତ୍ତ ଗରିବଙ୍କ ସହାୟତା ଅର୍ଥ ରାଶିକୁ ହଡପ କରିବାର ସୁଯୋଗକୁ ହାତଛଡା କରୁନାହାନ୍ତି ଦୁର୍ନୀତି ମୋହରେ ଲିପ୍ତ କର୍ମଚାରୀ। ଏପରି ଏକ ଅଭିଯୋଗ କନିକା ଗ୍ରାମପଞ୍ଚାୟତରେ ହୋଇଛି।

ଅଭିଯୋଗ ଅନୁସାରେ କନିକା ଗ୍ରାପରେ ଦିଆଯାଉଥିବା ନିର୍ମାଣ ଶ୍ରମିକଙ୍କ ୧୫୦୦ ଟଙ୍କା ସହାୟତା ରାଶିକୁ ହଡପ କରାଯାଇଛି। ବୁର୍ତା ଗାଁର ୧୩ ଜଣ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଶହ ଟଙ୍କା ବଦଳରେ ୧୪୦୦ ଟଙ୍କା ଦିଆଯାଇ, ତାଙ୍କ ଠାରୁ ୧୫୦୦ ଟଙ୍କା ପ୍ରଦାନ କରାଯାଇଥିବା ଦର୍ଶାଇ ୧୦୦ ଟଙ୍କା ଲେଖାଏଁ ହଡପ କରାଯାଇଛି। ଏନେଇ ଗଣମାଧ୍ୟମରେ ଅଭିଯୋଗ ପରେ ଖୋଳତାଡ କରାଯିବାରୁ ପରେ ହଡପ ଶହେ ଟଙ୍କା ଶ୍ରମିକଙ୍କୁ ଦିଆଯାଇଥିଲା। ବିଡ଼ିଓ ଜଗଦୀଶ ମହାନନ୍ଦଙ୍କ ଦୃଷ୍ଟି ଆକର୍ଷଣ କରିବାପରେ ପ୍ରଶାସନ ଏହାକୁ ଅତି ଗୁରୁତର ଭାବେ ଗ୍ରହଣ କରି କନିକା ଗ୍ରାମପଞ୍ଚାୟତ ପିଅନ ବୈରାଗୀ ପଧାନକୁ ସଙ୍ଗେସଙ୍ଗେ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି। ତାସହ ଜାତୀୟ ସଂକଟରେ ଏପରି ଦୁର୍ନୀତିକୁ ବରଦାସ୍ତ କରାଯିବ ନାହିଁ ବୋଲି ପ୍ରଶାସନ ପକ୍ଷରୁ ସ୍ବଷ୍ଟ ଚେତାବନୀ ପ୍ରଦାନ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe