ତହସିଲର ଜମି ଜମା ମାମଲା ଆବେଦନ ଶୁଣାଣି ଅଭାସୀରେ ଆରମ୍ଭ

Advertisment
ତହସିଲର ଜମି ଜମା ମାମଲା ଆବେଦନ ଶୁଣାଣି ଅଭାସୀରେ ଆରମ୍ଭ

Sambad

ଜୟପୁର: ତହସିଲରେ ଆବେଦନ କରାଯାଇଥିବା ବିଭିନ୍ନ ଜମିଜମା ମାମଲାର ଆବେଦନର ଶୁଣାଣି ଜୟପୁର ତହସିଲରେ ତହସିଲଦାର ଟୁଲ୍ଲିଆମ୍ମା ପ୍ରଧାନ ଯୋଗ ଦେଇ ଅଭାସୀ ମାଧ୍ୟମରେ ଶୁଣାଣି ଆରମ୍ଭ କରିଛନ୍ତି। ବିଭିନ୍ନ ଜମିଜମା ମାମଲା ପାଇଁ ଆବେଦନକାରୀ ମାନେ ତହସିଲ କାର୍ଯ୍ୟାଳୟକୁ ଯିବା ବଦଳରେ କମନ୍ ସର୍ଭିସ ସେଣ୍ଟରରେ ଯାଇ ଧାର୍ଯ୍ୟ ସ୍ବଳ୍ପ ଟଙ୍କା ଜମା କରି ଅନଲାଇନରେ ଆବେଦନ କରିବେ। ଆବେଦନପତ୍ର ତହସିଲକୁ ପହଞ୍ଚିବା ପରେ ଆବେଦନକାରୀଙ୍କ ଅଞ୍ଚଳର ଆରଆଇ (ରାଜସ୍ବ ନିରୀକ୍ଷକ)ଙ୍କୁ ତୁରନ୍ତ ଯାଞ୍ଚ କରି ଅନଲାଇନରେ ରିପୋର୍ଟ ଦାଖଲ କରିବେ। ଆରଆଇଙ୍କ ରିପୋର୍ଟକୁ ଭିତ୍ତି କରି ଜମିଜମା ମାମଲାର ଶୁଣାଣି ହେବ। ଶୁଣାଣୀ ସମୟରେ ପରିବାରର ସଦସ୍ୟଙ୍କ ମଧ୍ୟରେ ଯେଉଁ ମାନେ ତହସିଲରେ ବ୍ୟକ୍ତିଗତ ଉପସ୍ଥିତ ହୋଇପାରିବେ ସେମାନେ ଉପସ୍ଥିତ ରହିବେ।

ଯେଉଁମାନେ ତହସିଲ କାର୍ଯ୍ୟାଳୟକୁ ଆସିବାକୁ ସକ୍ଷମ ନଥିବା ବୃଦ୍ଧ, ବୃଦ୍ଧା, ଭିନ୍ନକ୍ଷମ, କିମ୍ବା ଜିଲ୍ଲା, ରାଜ୍ୟ ବାହାରେ କିମ୍ବା ବିଦେଶରେ ରହୁଥିଲେ ତାଙ୍କୁ ଆଭାସୀ ମାଧ୍ୟମରେ ଉପସ୍ଥିତ ରହିବା ପାଇଁ ସୂଚିତ କରାଯାଇ ସେଦିନ ଶୁଣାଣି ହେବ ବୋଲି କହିଛନ୍ତି ତହସିଲଦାର। ପରିବାରର ସଦସ୍ୟ କିମ୍ବା ମାମଲାରେ ବିପକ୍ଷରେ ଥିବା ମହକିଲଙ୍କ ଅନୁପସ୍ଥିତି ଯୋଗୁଁ ବହୁ ମାମଲାର ଶୁଣାଣୀ ପାଇଁ ଯେଉଁ ବିଳମ୍ବ ହେଉଥିଲା। ଏହି ପ୍ରକ୍ରିୟା ଆରମ୍ଭ ହେବା ଦ୍ବାରା ତାହା ହେବ ନାହିଁ ଏବଂ ତ୍ବରିତ ଶୁଣାଣି ହୋଇ ପାରିବ ବୋଲି କହିଛନ୍ତି ତହସିଲଦାର। ସାଧାରଣରେ ଏହାକୁ ସ୍ବାଗତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe