ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା, ୯ଜଣଙ୍କ ନାଁରେ ମାମଲା

Advertisment
ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡ଼ା, ୯ଜଣଙ୍କ ନାଁରେ ମାମଲା

Photo: enavabharat

ପାଇକସାହି: ମଜୁରୀ ଟଙ୍କା ମାଗିବାକୁ କେନ୍ଦ୍ର କରି ଅନୁଗୁଳ ଜିଲ୍ଲା କୁତୁଲିସିଂହା ଗାଁରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ହୋଇଛି। ଏହି ଗୋଷ୍ଠୀ ବିବାଦ ଘଟଣାରେ ଠାକୁରଗଡ଼ ଥାନା ପୁଲିସ ନଅ ଜଣଙ୍କ ନାମରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ପ୍ରାପ୍ତ ସୂଚନା ମୁତାବକ, ଗାଁର ଗୋଲେଖ ବେହେରା ସାନରୁଜୟ ରାଉତଙ୍କର ବଢ଼େଇ କାମ କରିଥିଲେ। ଗତକାଲି ରାତିରେ ଟଙ୍କା ମାଗିଲା ବେଳକୁ ବିଭିନ୍ନ କାରଣକୁ ନେଇ ବଚସା ହୋଇଥିଲା। କଥା ମାଡ଼ ପିଟି ପର୍ଯ୍ୟନ୍ତ ଯାଇଥିଲା। ଘଟଣାରେ ଗୋଲେଖ ପ୍ରତିପକ୍ଷ ସାନରୁଜୟ ରାଉତ, ସଦାନନ୍ଦ ରାଉତ, ନରେନ୍ଦ୍ର ରାଉତ ଓ ତ୍ରିନାଥ ରାଉତଙ୍କ ସମେତ ଛଅ ଜଣଙ୍କ ନାମରେ ଏତଲା ହୋଇଛି। ସେହିଭଳି, ପ୍ରତିପକ୍ଷ ରୁ ଗୋଲେଖ ବେହେରା, ତାଙ୍କ ସ୍ତ୍ରୀ ଜୟନ୍ତୀ ବେହେରା ଓ ମୋହନ ଖିଲାରଙ୍କ ନାମରେ ଏତଲା ହୋଇଛି। ଉଭୟ ଏତଲା ଗ୍ରହଣ କରି ପୁଲିସ ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe