ପାରାଦୀପ ଜିଏସଟି ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

Advertisment

ଅଫିସ ଆଲମାରିରୁ ଜବତ ହେଲା ନଗଦ ୧ ଲକ୍ଷ ଟଙ୍କା

ଅଫିସ ଆଲମାରିରୁ ଜବତ ହେଲା ନଗଦ ୧ ଲକ୍ଷ ଟଙ୍କା

ପାରାଦୀପ ଜିଏସଟି ଅଧିକାରୀଙ୍କୁ ଗିରଫ କଲା ଭିଜିଲାନ୍ସ

Sambad

ଜଗତସିଂହପୁର ଟାଉନ୍: ମାମଲା ରଫାଦଫା କରି ବନ୍ଦ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାଣିଜ୍ୟକର ଓ ଜିଏସଟିର ପାରାଦୀପ ସ୍ଥିତ ଏନଫୋର୍ସମେଣ୍ଟ ୟୁନିଟ୍ ଅଫିସର ଚିତ୍ତରଞ୍ଜନ ମହାନ୍ତିଙ୍କୁ ଗିରଫ କରିଛି କଟକ ଭିଜିଲାନ୍ସ। ତାଙ୍କ ଠାରୁ ୮୦ ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି। ଏହା ସହ ଚଢ଼ଉ ଜାରି ରହିଥିବା ବେଳେ ଅଫିସ ଆଲମାରିରୁ ନଗଦ ୧ ଲକ୍ଷ ଟଙ୍କା ମିଳିଛି। ଏହି ଟଙ୍କା କେଉଁ ସୂତ୍ରରୁ ଆସିଛି ତାହାର ଖୋଳତାଡ଼ କରୁଛି ଭିଜିଲାନ୍ସ। ସେହିପରି ଅଫିସ, ଘର ସମେତ ବିଭିନ୍ନ ଅଞ୍ଚଳରେ ଚଢ଼ଉ ଜାରି ରହିଛି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଏସଟି ମାମଲା ବନ୍ଦ କରିବା ପାଇଁ ସେଥିରେ ଛନ୍ଦି ହୋଇଥିବା ବ୍ୟକ୍ତିଙ୍କ ଠାରୁ ଚିତ୍ତରଞ୍ଜନ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ।

ଏ ନେଇ ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତି ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ। ଆଜି ଅପରାହ୍ନରେ ପାରାଦୀପ ସ୍ଥିତ ଅଫିସରେ ଚିତ୍ତରଞ୍ଜନ ଲାଞ୍ଚ ନେଉଥିବା ବେଳେ ପୂର୍ବରୁ ଜାଲ ବିଛାଇଥିବା ଭିଜିଲାନ୍ସ ଅଧିକାରୀ ମାନେ ତାଙ୍କୁ କାବୁ କରି ନେଇଥିଲେ। ଏହା ପରେ ଚିତ୍ତରଞ୍ଜନଙ୍କ ଅଫିସ ଚାମ୍ବର, କଟକ ସିଡିଏରେ ଥିବା ୨ ମହଲା କୋଠା, କେନ୍ଦ୍ରାପଡ଼ାର କପିଳେଶ୍ବରରେ ଥିବା ପୈତୃକ ଘର ମଧ୍ୟ ଏକାଧିକ ଟିମ୍ ଚଢ଼ଉ କରୁଛନ୍ତି। ଏ ନେଇ କଟକ ଭିଜିଲାନ୍ସ ଥାନାରେ ମାମଲା ରୁଜୁ କରାଯାଇଛି। ଆସନ୍ତାକାଲି ଚିତ୍ତରଞ୍ଜନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe