ବୁଢ଼ାରଜା ଅଞ୍ଚଳରେ ଜିଏସ୍‌ଟି ଚଢ଼ଉ

ବୁଢ଼ାରଜା ଅଞ୍ଚଳରେ ଜିଏସ୍‌ଟି ଚଢ଼ଉ

Alankit

ସମ୍ବଲପୁର: ସମ୍ବଲପୁର ବୁଢ଼ାରଜା ଅଞ୍ଚଳରେ ସିଟି ଜିଏସ୍‌ଟି ଟିମ୍‌ ବୁଧବାର ଚଢ଼ଉ କରିଛି। ବୁଢ଼ାରଜା ସ୍ଥିତ ଆର୍‌କେ ହାର୍ଡଓୟାର୍‌ ଦୋକାନ ଉପରେ ଏହି ଚଢ଼ଉ କରାଯାଇଛି। ଦୋକାନ ମାଲିକ ରାଜୀବ ଗୁପ୍ତା ଜିଏସ୍‌ଟି ବିଲ୍‌ ଦେଉ ନଥିଲେ। ଜିଏସଟି ଫାଙ୍କୁଥିବା ନେଇ ତାଙ୍କ ବିରୋଧରେ ଏକାଧିକ ଦିନରୁ ଅଭିଯୋଗ ହୋଇ ଆସୁଥିଲା।

ସମ୍ବଲପୁର ସିଟି ଜିଏସ୍‌ଟି ବିଭାଗ ଦୋକାନ ଉପରେ ଅନେକ ଦିନରୁ ନଜର ରଖିଥିଲା। ବୁଧବାର ସମ୍ବଲପୁର ସିଟି ଆଣ୍ଡ ଜିଏସ୍‌ଟି ଅଫିସର୍‌ ଶୁଭ୍ରଜିତ୍‌ ଦାଶଙ୍କ ନେତୃତ୍ବରେ ୩ଟି ଟିମ୍‌ ଆର୍‌କେ ହାର୍ଡଓୟାର୍‌, ଗୋଦାମ ଓ ତାଙ୍କ ଘରେ ଚଢ଼ଉ କରିଥିଲା। ନିୟମ ଅନୁଯାୟୀ ଘରେ ଦୋକାନ ସାମଗ୍ରୀ ରଖିବା କଥା ନୁହେଁ। କିନ୍ତୁ ରାଜୀବ ତାଙ୍କୁ ଘରେ ବହୁଳ ପରିମାଣରେ ସାମଗ୍ରୀ ରଖିଥିବା ଜିଏସ୍‌ଟି ବିଭାଗ ପକ୍ଷରୁ କହାଯାଇଛି। ବୁଧବାର ଚଢ଼ଉ ହୋଇଥିବା ୩ ସ୍ଥାନରୁ ବହୁ ଗୁରୁତ୍ଵପୂର୍ଣ୍ଣ କାଗଜପତ୍ର ଯାଞ୍ଚ ଚାଲିଛି ଏବଂ ଯାଞ୍ଚ ପ୍ରକ୍ରିୟା ସରିଲେ ସଠିକ୍ ଠକେଇ ପରିମାଣ ଜଣାପଡ଼ିବ ବୋଲି ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe