ହାର୍ଡୱେର ଦୋକାନରେ ଜିଏସ୍‌ଟି  ଚଢ଼ଉ

Advertisment
ହାର୍ଡୱେର ଦୋକାନରେ ଜିଏସ୍‌ଟି  ଚଢ଼ଉ
ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବସଷ୍ଟାଣ୍ଡ ନିକଠସ୍ଥ ଏକ ହାର୍ଡୱେର ଦୋକାନରେ ବାଲେଶ୍ଵର ଓ ମୟୂରଭଞ୍ଜ ଜିଏସ୍‌ଟି ବିଭାଗର ଚଢ଼ଉ କରାଯାଇଥିଲା। ପୂର୍ବରୁ ମଧ୍ୟ ହାର୍ଡୱେର ଦୋକାନୀ ସତ୍ୟକାମ ମହାନ୍ତିଙ୍କ ନାମରେ ଜିଏସଟି ଠକେଇ ହୋଇ ଆସୁଥିବା ନେଇ ବାରମ୍ବାର ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇ ବାଲେଶ୍ଵର ଓ ମୟୂରଭଞ୍ଜ ଜିଏସଟି ବିଭାଗ ତତ୍ପରତା ଦେଖାଇ ଆଜି ହଟାତ ଉକ୍ତ ଦୋକାନରେ ଚଢଉ ପ୍ରକ୍ରିୟା ଜାରି ରଖିଥିଲେ। ଏସ୍.କେ ସାନିଟାରୀ ହାଉସ ସମେତ ୩ ଟି ସ୍ଥାନରେ ଏକା ସହିତ ଚଢାଉ ଜାରି ରଖିଥିଲା ଜିଏସଟି ବିଭାଗ। ତେବେ କେତେ ପରିମାଣର ଜିଏସଟି ଠକେଇ ହୋଇଛି କାଗଜପତ୍ର ଯାଞ୍ଚ ପରେ ଜଣାପଡ଼ିବ ବୋଲି ମୟୂରଭଞ୍ଜ ଜିଏସଟି ବିଭାଗର ଡେପୁଟି କମିସନର କୁଳମଣି ମଲ୍ଲିକ ସୂଚନା ଦେଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe