ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ତିଚା ଯାତ୍ରା, ଆଡ଼ପ ମଣ୍ତପରେ ଚତୁର୍ଦ୍ଧାମୂର୍ତ୍ତି

Advertisment
ତୁଳସୀକ୍ଷେତ୍ରରେ ଶ୍ରୀଗୁଣ୍ତିଚା ଯାତ୍ରା, ଆଡ଼ପ ମଣ୍ତପରେ ଚତୁର୍ଦ୍ଧାମୂର୍ତ୍ତି

Sambad

କେନ୍ଦ୍ରାପଡ଼ା: ପବିତ୍ର ଶ୍ରୀଗୁଣ୍ତିଚାରୁ ନବଦିନାତ୍ମକ ଯାତ୍ରାରେ ବାହାରିଥିବା ତିନି ଠାକୁର ଆଜି ଆଡ଼ପ ମଣ୍ତପକୁ ବିଜେ କରିଛନ୍ତି। ଗଲା ଦୁଇ ଦିନ ଓ ଆଜି ଦିନତମାମ ରଥରେ ଭକ୍ତଙ୍କୁ ଦର୍ଶନ ଦେବା ପରେ ଆଜି ରାତିରେ ଶ୍ରୀଗୁଣ୍ତିଚା ମନ୍ଦିରକୁ ବିରାଜିଛନ୍ତି। ଧାଡ଼ି ପହଣ୍ତିରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଭିତରକୁ ନିଆଯାଇଥିଲା। ପ୍ରଥମେ ବଡ଼ଭାଇ ବଳଭଦ୍ରଙ୍କୁ ପହଣ୍ତିରେ ନିଆଯିବା ପରେ ଭଉଣୀ ସୁଭଦ୍ରା ଏବ˚ ଶେଷରେ ଜଗନ୍ନାଥଙ୍କୁ ଆଡ଼ପ ମଣ୍ତପକୁ ନିଆଯାଇଥିଲା। ତେବେ ପୂର୍ବ ନିର୍ଘଣ୍ଟ ମୁତାବକ ରଥରେ ଠାକୁରଙ୍କ ନୀତିକାନ୍ତି ପାରମ୍ପରିକ ରୀତନୀତିରେ ସ˚ପନ୍ନ ହୋଇଥିଲା। ସକାଳ, ଦ୍ବିପ୍ରହର ଏବ˚ ସ˚ଧ୍ୟା ଧୂପ ପରେ ରାତି ପ୍ରାୟ ୧୦ଟାରେ ପହଣ୍ତି ବିଜେ ଆରମ୍ଭ ହୋଇଥିଲା।

ଧାଡ଼ି ପହଣ୍ତିରେ ଜଣକ ପରେ ଜଣେ କରି ତିନି ଠାକୁର ଜନ୍ମବେଦୀକୁ ବିରାଜିଥିଲେ। ଆସନ୍ତା ୨୭ତାରିଖ ଯାଏ ମହାପ୍ରଭୁ ଗୁଣ୍ତିଚା ମନ୍ଦିରରେ ଅବସ୍ଥାନ କରିବେ ଏବ˚ ୨୮ତାରିଖରେ ବାହୁଡ଼ା ଯାତ୍ରାରେ ବାହାରିବେ। ୨୯ତାରିଖରେ ବଡ଼ଦେଉଳରେ ରଥ ଲାଗିବା ପରେ ୩୦ତାରିଖରେ ନିଳାଦ୍ରୀ ବିଜେ, ଶ୍ରୀଜିଉଙ୍କ ରଘୁନାଥ ବେଶ ଓ ବଡ଼ଦେଉଳକୁ ପହଣ୍ତି ବିଜେ କରାଯିବାର କାର୍ଯ୍ୟସୂଚୀ ରହିଛି। ଏହା ପୂର୍ବରୁ ୨୪ତାରିଖରେ ହେରାପ˚ଚମୀରେ ମହାଲକ୍ଷ୍ମୀଙ୍କ ଦ୍ବାରା ରଥ ଭ˚ଗା କାର୍ଯ୍ୟ ସ˚ପନ୍ନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe