ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

ଗୁଣି ଗାରେଡ଼ି ସନ୍ଦେହରେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ

Udayavani

ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ୍‌ ରମ୍ଭେଇ ପଞ୍ଚାୟତ ଫୁଲଟୁଣି ଗାଁରେ ଗୁଣି ଗାରେଡ଼ି ସନ୍ଦେହରେ ଜ‌ଣେ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆହତ ଯୁବକ ରମେଶ ବବଙ୍ଗା (୪୦) ବୋଲି ଜଣାଯାଇଛି।

ସୂଚନା ଅନୁଯାୟୀ, ବିଭିନ୍ନ ସମୟରେ ଫୁଲଟୁଣି ଗାଁର ଯଦୁନାଥ ଦେଓଗମଙ୍କ ଦେହ ଅସୁସ୍ଥ ରହୁଥିଲା। ରମେଶ ତାଙ୍କୁ ଗୁଡ଼ିଗାରେଡ଼ି କରୁଥିବା ନେଇ ‌ଯଦୁନାଥଙ୍କ ପରିବାର ସଦସ୍ୟ ସନ୍ଦେହ କରୁଥିଲେ। ଏହାକୁ କେନ୍ଦ୍ର କରି ରବିବାର ରାତିରେ ଯଦୁନାଥଙ୍କ ପୁଅ ରସ ଦେଓଗମ ଆସି ରମେଶଙ୍କୁ ମାଡ଼ ମାରିବା ସହିତ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଫଳରେ ରମେଶଙ୍କ ମୁଣ୍ଡରେ ଆଘାତ ଲାଗିବା ସହ ରକ୍ତସ୍ରାବ ହୋଇଥିଲା। ରମେଶଙ୍କୁ ତାଙ୍କ ପରିବାର ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଦେବଗଡ଼ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଖବରପାଇ ଦେବଗଡ଼ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe