ଶ୍ରୀମନ୍ଦିର ଭିତରେ ଠେଲାପେଲା,ହବିଷ୍ୟାଳି ଗୁରୁତର, ସଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Advertisment
ଶ୍ରୀମନ୍ଦିର ଭିତରେ ଠେଲାପେଲା,ହବିଷ୍ୟାଳି ଗୁରୁତର, ସଜ୍ଞାହୀନ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଆଜି ଦୀପାବଳି। ଆଲୋକର ପର୍ବ। ଏହି ପବିତ୍ର ଦିବସରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ପ୍ରବଳ ଗହଳି ଲାଗିଛି। ତେବେ ଭିଡ଼ ବଢ଼ିଯିବାରୁ ମନ୍ଦିର ଭିତରେ ଠେଲାପେଲା ହୋଇଛି। ଏଥିରେ ମନ୍ଦିର ବେଢ଼ାରୁ ମନ୍ଦିର ଭିତରକୁ ଯିବା ପାଇଁ ଥିବା ସାତ ପାହାଚ ନିକଟରେ ଜଣେ ବୃଦ୍ଧା ହବିଷ୍ୟାଳି ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କୁ ସଜ୍ଞାହୀନ ଅବସ୍ଥାରେ ରେଡକ୍ରସ ଓ ସହାୟର ସଦସ୍ୟମାନେ ଉଦ୍ଧାର କରି ପୁରୀ ବଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ସମ୍ପୃକ୍ତ ହବିଷୟାଳିଙ୍କ ପରିଚୟ ଜଣାପଡ଼ି ନ ଥିବାରୁ ତାଙ୍କ ସମ୍ପର୍କୀୟମାନେ କେହି ଡାକ୍ତରଖାନାରେ ପହଞ୍ଚି ପାରି ନାହାଁନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ଭୋରରୁ ପ୍ରାୟ ୭୫ରୁ ୮୦ ବର୍ଷ ବୟସର ଜଣେ ବୃଦ୍ଧା ହବଷ୍ୟାଳି ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରକୁ ଯାଇଥିଲେ। ତେବେ ଆଜି ଦୀପାବଳି ଯୋଗୁଁ ମନ୍ଦିରରେ ପ୍ରବଳ ଭିଡ଼ ହୋଇଥିିଲା। ଏହି ଭିଡ଼ରେ ହଠାତ ଠେଲାପେଲା ଆରମ୍ଭ ହୋଇଯିବାରୁ ହିବିଷ୍ୟାଳି ଜଣକ ସାତପାହାଚ ନିକଟରେ ପଡ଼ିଯାଇଥିଲେ। ପରେ ତାଙ୍କ ଉପରେ ଠେଲାପେଲା ଯୋଗୁଁ ଲୋକେ ଚଢ଼ିଯିବାରୁ ସେ ସଜ୍ଞାହୀନ ହୋଇଯାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛିି। ଅପରପକ୍ଷେ ଏହି ହବିଷ୍ୟାଳି ଜଣକ ନିଜ ପରିବାର ସହିତ ଆସିଥିଲେ କିମ୍ବା ସରକାରଙ୍କ ପକ୍ଷରୁ କରାଯାଇଥିବା ହବିଷ୍ୟାଳି କେନ୍ଦ୍ରରେ ରହି ଶ୍ରୀଜୀଙ୍କ ଦର୍ଶନ ପାଇଁ ଯାଇଥିଲେ ତାହା ଜଣାପଡ଼ି ନାହିଁ। ବିଶେଷ କରି ତାଙ୍କ ପାଖରେ ନିଜର କେହି ସମ୍ପର୍କୀୟ ନ ଥିବାରୁ ତାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିବା ଜଣାପଡ଼ିଛି। ସମ୍ବାଦ ଲେଖାହେଲା ପର୍ଯ୍ୟନ୍ତ ବୃଦ୍ଧାଙ୍କର ସଜ୍ଞା ଫେରି ନ ଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe