ପ୍ରଶାସନର ଆଢୁଆଳରେ ରହିଛି ‘ହଦହଦି ଜଳପ୍ରପାତ’, ବିକାଶ ହେଲେ ବଢ଼ିବ ପର୍ଯ୍ୟଟକଙ୍କ ସଂଖ୍ୟା

Advertisment
ପ୍ରଶାସନର ଆଢୁଆଳରେ ରହିଛି ‘ହଦହଦି ଜଳପ୍ରପାତ’, ବିକାଶ ହେଲେ ବଢ଼ିବ ପର୍ଯ୍ୟଟକଙ୍କ ସଂଖ୍ୟା

କଙ୍କଡାହାଡ଼/ଭୁବନେଶ୍ୱର: ଓଡ଼ିଶାର ହାତଗଣତି କିଛି ଜଳ ପ୍ରପାତ କଥା ଆପଣମାନେ ଶୁଣିଥିବେ। କିନ୍ତୁ, ଅପେକ୍ଷାକୃତ ଛୋଟ ହେଲେ ବି ଢେଙ୍କାନାଳ ଜିଲ୍ଲାର କଙ୍କଡ଼ାହାଡ଼ ବ୍ଲକ୍‌ରେ ଅବସ୍ଥିତ ଫୁଲଝରୀ ଗାଁ ପାହାଡ଼ ଉପରୁ ବହି ଆସିଥିବା ‘ହଦହଦି ଜଳପ୍ରପାତ’ର ଦୃଶ୍ୟ ସ୍ୱତନ୍ତ୍ର। ଖରା ହେଉ କି ବର୍ଷା, ତାହା ସବୁବେଳେ ଚିରସ୍ରୋତା। ଗାଁ ଲୋକଙ୍କ କହିବା ମୁତାବକ, ବର୍ଷ ବର୍ଷ ଧରି ଏ ଜଳଧାର ଅନେକଙ୍କୁ ମନୋରଞ୍ଜିତ କରିଛି। ସ୍ଥାନୀୟ ଲୋକେ ଏହାକୁ ଫୁଲଝର ଗାଁର ହଦହଦି ଜଳପ୍ରପାତ ନାଁରେ ଜାଣନ୍ତି।

ଢେଙ୍କାନାଳ ଜିଲ୍ଲା ସଦର ମହକୁମାଠାରୁ ୬୨କିଲୋମିଟର ଦୂର ଏହି ଜଳ ପ୍ରପାତର ପରିବେଶ ଅତ୍ୟନ୍ତ ମନୋରମ ଏବଂ ଶାନ୍ତିଦାୟକ। କିନ୍ତୁ, ଏ ଅଞ୍ଚଳଟି ବିକଶିତ ନୁହେଁ। ରାସ୍ତାଘାଟର ଟିକେ ଉନ୍ନତିକରଣ କରାଯାଇ ପାରିଲେ ଏହା ଏକ ଭଲ ପର୍ଯ୍ୟଟନସ୍ଥଳୀ ହୋଇ ପାରିବ।

ଆଦିବାସୀ ଅଧ୍ୟୁଷିତ ଅଂଚଳରେ ଥିବା ‘ହଦହଦି ଜଳପ୍ରପାତ’କୁ ଭଲ ସଡ଼କଟିଏ ନିର୍ମାଣ ହୋଇପାରିଲେ ଏଠାରେ ମଧ୍ୟ ପର୍ଯ୍ୟଟକଙ୍କର ଭିଡ଼ ରହିବ। ସେହିଭଳି ପର୍ଯ୍ୟଟକଙ୍କ ବିକାଶ ପାଇଁ ଏଠାରେ ଭିତ୍ତିଭୂମିର ବିକାଶ ହୋଇପାରିଲେ ସ୍ଥାନୀୟ ଲୋକଙ୍କର ମଧ୍ୟ ଆର୍ଥିକ ଉନ୍ନତି ହୋଇପାରିବ। ନିହାତି ମଫସଲ ଅଂଚଳରେ ଥିବା ଲୋକେ ପର୍ଯ୍ୟଟକଙ୍କୁ ଦେଖି ମଧ୍ୟ ନିଜର ଜୀବନ ଶୈଳୀରେ ପରିବର୍ତ୍ତନ ଆଣିପାରିବେ।

ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଜଳପ୍ରପାତ

-ବଡ଼ଘାଗରା, କେନ୍ଦୁଝର
-ସାନଘାଗରା, କେନ୍ଦୁଝର
-ଡୁଡୁମା, କୋରାପୁଟ
-ଖଣ୍ଡାଧାର, ସୁନ୍ଦରଗଡ଼
-ଜୋରନ୍ଦା, ଢେଙ୍କାନାଳ
-ଭୀମକୁଣ୍ଡ, ମୟୂରଭଂଜ
-ଗୁଦଗୁଦା, ସମ୍ବଲପୁର
-ଖସଡ଼ା, ଗଜପତି
-ଦେବକୁଣ୍ଡ, ମୟୂରଭଂଜ
-ବରେଇପାଣି, ମୟୂରଭଂଜ
-ହରିଶଙ୍କର, ବଲାଙ୍ଗୀର
-ନୃସିଂହନାଥ, ବରଗଡ଼
-ଫୁରଲିଝରଣ, କଳାହାଣ୍ଡି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe