ଗୁଲ୍‌ଜାର୍‌ଙ୍କ ପୁସ୍ତକରେ ହଳଧର

Advertisment
ଗୁଲ୍‌ଜାର୍‌ଙ୍କ ପୁସ୍ତକରେ ହଳଧର

ବରଗଡ଼: ପ୍ରସିଦ୍ଧ ଗୀତିକାର, କବି ଗୁଲ୍‌ଜାର୍‌ ଇତିମଧ୍ୟରେ ପଦ୍ମଶ୍ରୀ ହଳଧର ନାଗଙ୍କୁ ତାଙ୍କରି ଲିଖିତ ଏକ ପୁସ୍ତକ ପଠାଇଛନ୍ତି। ଯେଉଁଥିରେ ପ୍ରଥମ ପୃଷ୍ଠାରେ ସେ ହଳଧର ନାଗଙ୍କୁ ସ୍ଥାନ ଦେଇଛନ୍ତି। ଅର୍ଥାତ  ଗୁଲଜାର ନିଜ ଅନୁଦିତ ଓ ସଂପାଦିତ ପୁସ୍ତକ ‘ଏ ପଏମ୍‌ ଏ ଡେ’ ର ପ୍ରଥମ କବି ଭାବେ  ହଳଧରଙ୍କ ଦୁଇଟି କବିତା ‘ପାଁଚ ଅମୃତ’ ଓ ‘ଚିଠି ଦେଉଛେଁରେ ହଳଧର’ ସ୍ଥାନୀତ କରିଛନ୍ତି।  ବହିର ପ୍ରଥମ ପୃଷ୍ଠାରେ ନିଜ ହସ୍ତାକ୍ଷରରେ ସେ ଲେଖିଛନ୍ତି, ପ୍ରିୟ ହଳଧର ତୁମେ ହେଉଛ ମୋ’ ପୁସ୍ତକର ସର୍ଯ୍ୟୋଦୟ ଭଳି ।

ଏହି ବହି ସହିତ ଦେଇଥିବା ଏକ ଚିଠିରେ ସେ ହଲଧରଙ୍କୁ ଭେଟିବା ପାଇଁ ଉତ୍ସୁକ ଥିବା ଉଲ୍ଲେଖ କରିଛନ୍ତି।  ବହିରେ ସମ୍ବଲପୁରୀ, ଓଡ଼ିଆ, ହିନ୍ଦୀ, ଇଂରାଜୀ ସମେତ ୩୪ଟି ଭାଷାର ବିଭିନ୍ନ କବିଙ୍କ କବିତା ଗୁଡ଼ିକ ନିଜେ  ଗୁଲ୍‌ଜାର୍   ଅନୁବାଦ କରିଛନ୍ତି । ପୁସ୍ତକଟି ପାଇଁ ହଳଧର ନାଗ ଭାବବିହ୍ବଳ ହୋଇ ଗୁଲ୍‌ଜାର୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ଗୁଲ୍‌ଜାର୍‌ ‘ମେଁ ତୁମ୍‌ହେ ଖତ୍‌ ଲିଖ୍‌ ରାହାହୁଁ ହଲ୍‌ଧର୍‌’ ଶୀର୍ଷକ ସଂକ୍ଷିପ୍ତ କବିତା ଗାନ କରିଥିଲେ। ଯାହା ୟୁ ଟ୍ୟୁବ୍‌ରେ କୋଟି କୋଟି ଲୋକ ଦେଖି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe