କାଠମାଣ୍ଡୁରେ କବିତା ବୋଲିବେ ହଳଧର

Advertisment
କାଠମାଣ୍ଡୁରେ କବିତା ବୋଲିବେ ହଳଧର

ପଦ୍ମପୁର: ନେପାଳର ରାଜଧାନୀ କାଠମାଣ୍ଡୁ ସହରରେ ଆସନ୍ତାକାଲି ଶନିବାର ଦିନ ବିଶ୍ୱର ପ୍ରତିଷ୍ଠିତ କବିମାନଙ୍କ କବିତା ସଂକଳନର ଉନ୍ମୋଚନ ଅନୁଷ୍ଠିତ ହେବ। ଏଥିରେ ପଦ୍ମଶ୍ରୀ ହଳଧର ନାଗ ତାଙ୍କ କବିତା ଆବୃତ୍ତି ନିମନ୍ତେ ନିମନ୍ତ୍ରିତ ହୋଇଛନ୍ତି। ଉତ୍ସବରେ ନାଟ୍ୟକାର କେଶରଞ୍ଜନ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିବେ। ତେଣୁ ଉଭୟ ପ୍ରତିଭା ରାୟପୁର ବିମାନ ବନ୍ଦରରୁ ନେପାଳ ଅଭିମୁଖେ ଯାତ୍ରା କରିଛନ୍ତି।

'ମେଡନେସ -ଏନ ଏନଥୋଲୋଜି ଅଫ ୱାର୍ଡ ପୋଏଟ୍ରି' ଶୀର୍ଷକ କବିତା ସଂକଳନରେ ବିଶ୍ବର ବିଭିନ୍ନ ଭାଷାରୁ ଅନୁଦିତ କବିତା ପାଠ କରାଯିବ। ପଦ୍ମଶ୍ରୀ ଶ୍ରୀ ନାଗଙ୍କ କବିତା 'ନାନା ପାଗଲ'ର ଅଧ୍ୟାପକ ମାନଭଞ୍ଜନ ପାଣିଗ୍ରାହୀ ଇଂରାଜୀ ରୂପାନ୍ତର କରିଛନ୍ତିି। ପୁସ୍ତକ ଉନ୍ମୋଚନ ବ୍ୟତୀତ କବି ଓ କଳାକାରମାନଙ୍କ ସହିତ ଆଲୋଚନାଚକ୍ର, ସାକ୍ଷାତକାରର କାର୍ଯ୍ୟକ୍ରମ ରହିଥିବା ନାଟ୍ୟକାର ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe