କଣ୍ଟାବାଞ୍ଜି/ ବେଲପଡ଼ା: ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଥାନା ଅନ୍ତିର୍ଗତ ସଲଣ୍ଡି ଗ୍ରାମରୁ ଗତ ୨୮ ତାରିଖରୁ ନିଖୋଜ ଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ଝୁଲନ୍ତା ମୃତଦେହ ନିଖୋଜର ୮ଦିନ ପରେ ଠାବ କରାଯାଇଛି। ପୁଲିସ ଏହାକୁ ଆତ୍ମହତ୍ୟା ବୋଲିି କହୁଥିବା ବେଳେ ଝିଅକୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି।
ସୂଚନରଯୋଗ୍ୟ ଯେ ଗତ ୨୮ ତାରିଖରେ ଚାଷ ଜମିକୁ କାମ କରିବାକୁ ଯାଇଥିିବା ଭାନୁମତି ବଏ( ୧୭ ବର୍ଷ) ଆଉ ସେଦିନ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ ଭାନୁମତିଙ୍କର କୌଣସି ପତ୍ତା ନ ପାଇ ୨୯ ତାରିଖରେ ବେଳପଡ଼ା ଥାନାରେ ତାଙ୍କ ନିଖୋଜ ସମ୍ପର୍କରେ ଅଭିଯୋଗ କରିଥିଲେ। ତେବେ ଆଜି ସକାଳେ ସଲଣ୍ଡି ପାଖ ଜଙ୍ଗଲରେ ଭାନୁମତିଙ୍କ ମୃତଦେହ ଝୁଲୁଥିବା ଖବର ପାଇ ପରିବାର ଲୋକେ ସେଠାରେ ପହଞ୍ଚି ପୁଲିସକୁ ଖବର ଦେଇଥିିଲେ। ଖବର ପାଇି ପୁଲିସ ଘଟଣାସ୍ଥଳରେ ପହଞ୍ଚିି ତଦନ୍ତ ଆରମ୍ଭ କରିଛି।
କଣ୍ଟାବାଞ୍ଜି: ନିଖୋଜର ୮ ଦିନ ପରେ ନାବାଳିକାଙ୍କ ଝୁଲନ୍ତା ମୃତଦେହ ଠାବ
Advertisment
Follow Us