ହଷ୍ଟେଲରୁ ଉଦ୍ଧାର ହେଲା ଛାତ୍ରୀଙ୍କ ଝୁଲନ୍ତା ମୃତଦେହ

Advertisment

ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବାଥରୁମ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷ ପଢ଼ୁଥିଲେ...

ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ ହଷ୍ଟେଲ ବାଥରୁମ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷ ପଢ଼ୁଥିଲେ...

hanging body of the student was recovered

hanging body of the student recovered Photograph: (Greater Kashmir)

ଭବାନୀପାଟଣା: ଭବାନୀପାଟଣା ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ  ହଷ୍ଟେଲ ବାଥରୁମ୍‌ରୁ ଜଣେ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି।  ମୃତ ଛାତ୍ରୀ ଜଣଙ୍କ ଥୁ.ରାମପୁର ରାମପୁର ବ୍ଳକ ଅନ୍ତର୍ଗତ ବିରିକୋଟ ଗାଁର ତୋଫାଲି ନାଏକ। ଛାତ୍ରୀ ଜଣଙ୍କ +୨ ପ୍ରଥମ ବର୍ଷ ପଢ଼ୁଥିଲେ।

ଛାତ୍ରୀଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି । ଏଥିସହ ହଷ୍ଟେଲରେ ରହୁଥିବା ମୃତକଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଛି ।  

ଅଧିକ ସୂଚନା ପାଇଁ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।  ପୁଲିସ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତ ଛାତ୍ରୀଙ୍କ ପରିବାର ଲୋକଙ୍କୁ  ଖବର ଦିଆଯାଇଛି।

ଅଧିକ ପଢ଼ନ୍ତୁ: କଲୁଙ୍ଗା ରେଳ ଦୁର୍ଘଟଣା ବନ୍ଦ ଫାଟକ ପାରିହେବା ଘାତକ ହେଲା

ସୂଚନାଯୋଗ୍ୟ, ଗୁରୁବାର ସକାଳେ ଛାତ୍ରୀ ଜଣଙ୍କ ବାଥରୁମ୍‌ ଯାଇଥିଲେ। ହେଲେ ବିଳମ୍ବିତ ସମୟ ପର୍ଯ୍ୟନ୍ତ କବାଟ ଖୋଲି ନ ଥିଲେ। ଏନେଇ ସହପାଠୀମାନଙ୍କର ସନ୍ଦେହ ହୋଇଥିଲା।

କବାଟ ବାଡ଼େଇ ଛାତ୍ରୀଙ୍କୁ ଡାକିଥିଲେ। ହେଲେ ଛାତ୍ରୀର ଜଣଙ୍କ କବାଟ ଖୋଲି ନ ଥିଲେ। ଏନେଇ ସହପାଠୀମାନେ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ।

ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପୁଲିସକୁ ଜଣାଇଥିଲେ। ପୁଲିସ ପହଞ୍ଚି ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରିଛି।

ଅଧିକ ପଢ଼ନ୍ତୁ: ପିକଅପ୍‌ ଭ୍ୟାନରେ ଗୋରୁ ଚାଲାଣ ମାମଲା: ୨ ଗିରଫ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe