hanging body of the youth was recovered from the shop
ସୋର: ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ୱର ବସଷ୍ଟାଣ୍ଡରେ ଥିବା ଏକ ଦୋକାନ ମଧ୍ୟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ସୂଚନା ଅନୁସାରେ ସୋର ବ୍ଲକ ମାଣତ୍ରୀ ପଞ୍ଚାୟତ ଗୋପାଳପୁର ଗ୍ରାମର ରାକେଶ ଖଟୁଆ (୩୪) ଉତ୍ତରେଶ୍ୱର ବସଷ୍ଟାଣ୍ଡରେ ଏକ ପାନ ଦୋକାନ ସହ ଷ୍ଟେସନାରୀ ଦୋକାନ କରି ପରିବାର ଚଳାନ୍ତି।
କିନ୍ତୁ ସୋମବାର ଅପରାହ୍ଣରେ ଦୋକାନ ଖୋଲି ଦୋକାନ ମଧ୍ୟରେ କବାଟ ବନ୍ଦ କରି ଟେଣ୍ଟ କପଡ଼ା ବେକରେ ବାନ୍ଧି ଗଡାଣରେ ଝୁଲିପଡିଥିଲେ। ତାଙ୍କ ବାପା ଦୋକାନରେ ପହଞ୍ଚି ଦୋକାନ ବନ୍ଦ ଥିବାରୁ ତାଙ୍କୁ ଫୋନ କରିଥିଲେ।
ଦୋକାନ ମଧ୍ୟରେ ମୋବାଇଲ ରିଙ୍ଗ୍ ହେଉଥିଲେ ମଧ୍ୟ ରାକେଶ ଫୋନ ଉଠାଇ ନ ଥିଲେ। ଫଳରେ ଲୋକେ ଦୋକାନ କବାଟ ଖୋଲିଥିଲେ। ସେ ଗଡାଣରେ ଝୁଲୁଥିବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ସୋର ଡାକ୍ତରଖାନାକୁ ନେଇଥିଲେ।
ଅଧିକ ପଢ଼ନ୍ତୁ: ଯୋଜନାବଦ୍ଧ ସହର ସଂଖ୍ୟା ୩୦ ପ୍ରତିଶତକୁ ବୃଦ୍ଧି କରିବାକୁ ଓଡିଶା ସରକାରଙ୍କ ଯୋଜନା: ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ
ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ବ୍ୟବଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।
ଅଧିକ ପଢ଼ନ୍ତୁ: କିଛି ଲୋକ ବିଏମଡବ୍ଲୁରେ ବସି ସଂଘର୍ଷ କରନ୍ତି, ମୁଁ ଅଡିସନ ଦେଇ ଦେଇ ଏଠାରେ ପହଞ୍ଚିଛି: ଶାହିଦ୍
Follow Us