ଝୁଲି ରହିଲା ପାଟିଲଙ୍କ ଝୁଲା ପୋଲ, ମନ୍ଥର ଗତିରେ ଚାଲିଛି ନୂତନ ପୋଲ କାର୍ଯ୍ୟ ନିର୍ମାଣ

ଝୁଲି ରହିଲା ପାଟିଲଙ୍କ ଝୁଲା ପୋଲ, ମନ୍ଥର ଗତିରେ ଚାଲିଛି ନୂତନ ପୋଲ କାର୍ଯ୍ୟ ନିର୍ମାଣ

ବାଙ୍ଗିରିପୋଷି: ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଲକ ବ୍ରାହ୍ମଣଗାଁ ଫଚାୟତ ଦୋମୂହାଣି ଠାରେ ନିର୍ମାଣାଧୀନ ଝୁଲା ପୋଲ ଅଧାବାଟରେ ଅଟକି ଯାଇଥିବା ବେଳେ ସେଠାରେ ଏକ ନୂତନ ପୋଲ ନିର୍ମାଣ କାମ ଆରମ୍ଭ ହୋଇଯାଇଛି। ନୂତନ ପୋଲ ନିର୍ମାଣ କାର୍ଯ୍ୟ ମନ୍ଥର ଗତିରେ ଚାଲିଥିବା ସ୍ଥାନୀୟ ଅଂଚଳର ଲୋକେ ଚର୍ଚ୍ଚା କରୁଛନ୍ତି।

ତତ୍କାଳୀନ ମୟୂରଭଂଜ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲଙ୍କ ପ୍ରଚେଷ୍ଟାରେ ଦୋମୂହାଣି ଠାରେ ଏକ ଝୁଲା ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲା। ଆଶାଥିଲା ଏହି ପୋଲ ସଂଯୋଗ ହେଲେ ବ୍ରାହ୍ମଣଗାଁ, ସୋରିଷପାଳ ଓ ଚାକିଡି ଫଚାୟତର ଦଶ ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ଉପକୃତ ହେବେ। ପୋଲ ନିର୍ମାଣ ପାଇଁ ୨୦୧୫ ମସିହାରେ ପ୍ରଥମ କିସ୍ତିରେ ଏକ କୋଟି ପଚାଶ ଲକ୍ଷ ଓ ପରେ ୮୦ ଲକ୍ଷ ଟଙ୍କା ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଟିଡିଏ) ମାଧ୍ୟମରେ ମଂଜୁରୀ ହୋଇଥିଲା। ଏଥିପାଇଁ ଶ୍ରୀ ପଟେଲ ଅଂଚଳରେ ହିରୋ ହୋଇ ଯାଇଥିଲେ। କିନ୍ତୁ ଦୁଃଖର ବିଷୟ ଝୁଲା ପୋଲଟି ବୁଢାବଳଙ୍ଗ ନଦୀର ମଝିରେ ଝୁଲି ରହିଥିଲା।

publive-image

ପାଟିଲଙ୍କ ଝୁଲା ପୋଲ ସପ୍ନରେ ରହିଗଲା। ଚଳୁ ହୋଇଗଲା ୨ କୋଟି ୪୪ଲକ୍ଷ ୫୫ହଜାର ୩୦୦ ଟଙ୍କା। ଆଦିବାସୀ ବିକାଶ ନାମରେ ଏହି ପୋଲ ହରିଲୁଟର ଏକ ଭଲ ଉଦାହରଣ ବୋଲି ଏବେ ଚର୍ଚ୍ଚା ଚାଲିଛି।

ନଦୀର ଅନ୍ୟ ପଟକୁ ଦୁଇଶହ ମିଟର ବାକି ରହିଯାଇଥିଲା ନିର୍ମାଣ କାମ। ଝୁଲା ପୋଲ ସହିତ ସଂଯୋଗ ପାଇଁ ଜଳସଂପଦ ବିଭାଗ ନାବାଡ ମାଧ୍ୟମରେ ୧୪ ଲକ୍ଷ ୫୫ହଜାର ୩୦୦ଟଙ୍କା ଦେଇଥିଲେ। ମଝି ନଈରେ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯାଇ ଝୁଲା ପୋଲ ସହିତ ସଂଯୋଗ କରାଗଲା। ଲୋକଙ୍କ କାର୍ଯ୍ୟରେ ଆସିବା ପୂର୍ବରୁ ବନ୍ୟାରେ ଧୋଇ ଗଲା ଅସ୍ଥାୟୀ ପୋଲ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା ଯେ, ଏଠାରେ ପୁଣି ୮ କୋଟି ୪୦ ଲକ୍ଷ ଟଙ୍କାର ଏକ ନୂତନ ପୋଲ ପାଇଁ ବିଧାୟକ ତଥା ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ମାର୍ଚ୍ଚ ୨୦୧୯ରେ ଶିଳାନ୍ୟାସ କରିଛନ୍ତି। ଛଅଟି ସ୍ପାନ ବିଶିଷ୍ଟ ପୋଲଟିର ନିର୍ମାଣ ମନ୍ଥର ଗତି କହି ଦେଉଛି ଅଂଚଳବାସୀ ବହୁଦିନ କଷ୍ଟ ଆହୁରି ଭୋଗିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe