ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Advertisment
ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

Sambad

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟ ତରତୁଆ ଠାରେ ଥିବା ଇଣ୍ଡୋ ତିବ୍ଦତିଆନ୍ ବୋର୍ଡର ପୁଲିସର ସେକ୍ଟର ମୁଖ୍ୟାଳୟରେ ଆଜି ସ୍ୱାଧୀନତାର ୭୫ ବର୍ଷ ପାଳନ ଉପଲକ୍ଷେ ହର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିକଟରେ ଥିବା ୱାନ୍ ନେସ୍ ସ୍କୁଲରେ ଏହି ଅବସରରେ ସ୍କୁଲ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ୱାଧୀନତା ଓ ଜାତୀୟତା ସମ୍ପର୍କରେ ଚିତ୍ରାଙ୍କନ, ତର୍କ ଓ ପ୍ରବନ୍ଧ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।

ଏଥିରେ କମାଣ୍ଡେଂଟ୍ ରାକେଶ କୁମାର, ଡେପୁଟି କମାଣ୍ଡେଂଟ୍ ରୁଦ୍ର ପ୍ରକାଶ ତ୍ରିବେଦୀ, ସହକାରୀ କମାଣ୍ଡେଂଟ୍ ଦେବେନ୍ଦ୍ର ସିଂହ, ସହକାରୀ କମାଣ୍ଡେଂଟ୍ ସୟଦ ନାସର ଅଲ୍ଲୀ ଓ ୱାନ୍ନେସ୍ ଇଂଟେରନ୍ୟାସନାଲ୍ ସ୍କୁଲର ଅଧ୍ୟକ୍ଷ ବିକେ ବେହେରାଙ୍କ ସମେତ ଅଭିଭାବକ ଓ ସ୍କୁଲର ଅନ୍ୟ ଶିକ୍ଷକଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମକୁ ଆଇଟିବିପିର ଯବାନମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe