ଘରେ ଘରେ ତ୍ରିରଙ୍ଗା ସଂହତି, ଏକତାର ବାର୍ତ୍ତା

Advertisment
ଘରେ ଘରେ ତ୍ରିରଙ୍ଗା ସଂହତି, ଏକତାର ବାର୍ତ୍ତା

ସୁନ୍ଦରଗଡ଼: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ 'ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ' ଚାଲିଛି। ଏହି କ୍ରମରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁନ୍ଦରଗଡ଼ସ୍ଥିତ ଭବାନୀପୁରଠାରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ସହ ଜାତୀୟ ପତାକା ଉତ୍ତୋଳନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସୁନ୍ଦରଗଡ଼ ବିଧାୟକା କୁସୁମ ଟେଟେ, ଜିଲ୍ଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି, ଏସପି ସାଗରିକା ନାଥ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରାଙ୍କ ସହ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଯୋଗ ଦେଇଥିଲେ। ସେହିପରି ସୁନ୍ଦରଗଡ଼ ସଂସ୍କୃତି ଭବନ ପ୍ରେକ୍ଷାଳୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

publive-image

ସ୍କୁଲ ଛାତ୍ରଛାତ୍ରୀ ଓ କଳାକାରମାନେ ଦେଶାତ୍ମବୋଧକ ଗୀତ, ନାଟକ ପରିବେଷଣ କରିଥିଲେ। ସୁନ୍ଦରଗଡ଼ର ବିଭୁରଞ୍ଜନ ମହାନ୍ତି କଥକ ନୃତ୍ଯ ପରିବେଷଣ କରିଥିଲେ। ଏହି କାର୍ଯ୍ଯକ୍ରମରେ ବିଧାୟକ କୁସୁମ ଟେଟେ, ବିଧାୟକ ଭବାନୀ ଭୋଇ, ଜିଲ୍ଲା ପରିଷଦ ସଭାପତି କୁନ୍ତୀ ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଭୈରବ ସିଂ ପଟେଲ, ଉପ ଜିଲ୍ଲାପାଳ ଅଭିମନ୍ୟୁ ବେହେରା, ଜିଲ୍ଲା ଶିକ୍ଷା ଅଧିକାରୀ ଅମୂଲ୍ଯ ପ୍ରଧାନ, ଜିଲ୍ଲା ସଂସ୍କୃତି ଅଧିକାରୀ କୁଳଦୀପ ଖାଖା, ଜୀବିକା ମିସନର ଜିଲ୍ଲ୍ ପ୍ରକଳ୍ପ ପରିଚାଳକ ସାମୁଏଲ ଟପ୍ପୋ ଉପସ୍ଥିତ ଥିଲେ। ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଆୟୋଜିଚ କୁଇଜ, କବିତା, ପ୍ରବନ୍ଧ ଲିଖନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଡ. ଅନନ୍ତ ଆଚାର୍ଯ୍ଯ ଓ ପ୍ରିୟଙ୍କା ଜେନା ମଞ୍ଚ ସଞ୍ଚାଳନ କରିଥିବାବେଳେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଧନ୍ଯବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe