ଖଲିକୋଟ:ଆଜି ସକାଳେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ପୋସ୍ତପୁର କାଜୁବଗିଚା ନିକଟରେ ଗଞ୍ଜାମ ପୁଲିସ ଜଣେ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନକାଉଣ୍ଟର କରିଛି। ଦୁଇଟି ଗୁଳି ଅଭିଯୁକ୍ତଙ୍କ ଡାହାଣ ଗୋଡ଼ରେ ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ କୋଦଳା ଡାକ୍ତରଖାନା ଓ ପରେ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଦିଲିପ ଦାସ ନାମକ ଜଣେ ଅଭିଯୁକ୍ତଙ୍କ ନାମରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନାରେ ଡକାୟତି, ହତ୍ୟା ଉଦ୍ୟମ ଳୁଟ୍ ଆଦି ୨୦ରୁ ଊର୍ଦ୍ଧ୍ୱ ମାମଲା ରହିଛି। ଆଜି ସକାଳେ ଦିଲୀପ ତାର ଜଣେ ସହଯୋଗୀଙ୍କ ସହିତ ପୋସ୍ତପୁର ନିକଟରେ ଯାଉଥିବା ବେଳେ କୋଦଳା ଥାନା ଇନସ୍ପେକ୍ଟର ସୁଶାନ୍ତ ସେଠୀ ଓ ତାଙ୍କ ଟିମ୍ ଦିଲିପଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ମାତ୍ର ଦିଲିପ ଓ ତାର ଆଉ ଜଣେ ସହଯୋଗୀ ପୁଲିସ ଉପରକୁ ଗୁଳି ଫୁଟାଇ ଖସିଯିବାକୁ ଚେଷ୍ଟା କରିଥିଲେ। ପୁଲିସ ପାଲଟା ଗୁଳି ଚଳାଇବାରୁ ଦିଲିପର ଡାହାଣ ଗୋଡ଼ରେ ୨ଟି ଗୁଳି ବାଜିଥିଲା। ଘଟଣାସ୍ଥଳରୁ ଦିଲିପର ଅନ୍ୟ ସହଯୋଗୀ ଫେରାର ହୋଇ ଯାଇଥିବା ବେଳେ ଦିଲିପକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦିଲିପ ଠାରୁ ଏକ ଦେଶୀ ପିସ୍ତଲ, ୨ ରାଉଣ୍ଡ ଗୁଳି, ମୋବାଇଲ ଫୋନ ଓ ୧୪ ହଜାର ଟଙ୍କା ଜବତ କରାଯାଇଛି।
ଖଲିକୋଟ: ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅଭିଯୁକ୍ତ ଗୁରୁତର
Advertisment
Follow Us