ପୁଜାରୀପୁଟରେ ହେଲା ହନୁମାନ ବିଗ୍ରହ ପ୍ରତିଷ୍ଠା

Advertisment
ପୁଜାରୀପୁଟରେ ହେଲା ହନୁମାନ ବିଗ୍ରହ ପ୍ରତିଷ୍ଠା

DNA India

ଜୟପୁର: ଜୟପୁର ବ୍ଲକ୍ ଅନ୍ତର୍ଗତ ପୁଜାରିପୁଟ ଛକରେ ପବନପୁତ୍ର ହନୁମାନଙ୍କ ପ୍ରତିମୂର୍ତ୍ତିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରତିଷ୍ଠା ଉତ୍ସବର ପୂର୍ଣ୍ଣାହୁତରେରେ ଛତିଶଗଡ଼ ଜଗଦଲପୁର ମହାରାଜ କମଳଚ଼ନ୍ଦ୍ର ଭଞ୍ଜ ଦେଓ ଏବଂ କୋରାପୁଟ ଜିଲ୍ଲା କଂଗ୍ରେସ କମିଟିର ସଭାନେତ୍ରୀ ମିନାକ୍ଷୀ ବାହିନୀପତି ପ୍ରମୁଖ ଯୋଗ ଦେଇଥିଲେ। ଗତ ୮ତାରିଖ ଦିନ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଜଗଦଲପୁର ପ୍ରସିଦ୍ଧ ଦନ୍ତେଶ୍ୱରୀ ମନ୍ଦିରରେ ପୁଜା ଅର୍ଚ୍ଚନା କରି ପୁଜାରିପୁଟର ଶ୍ରୀ ହନୁମାନ୍ ପ୍ରତିମୂର୍ତ୍ତି ଭବ୍ୟ ପ୍ରତିଷ୍ଠା କରିବା ନିମନ୍ତେ ଜଗଦଲପୁର ମହାରାଜ କମଳଚ଼ନ୍ଦ୍ର ଭଞ୍ଜ ଦେଓଙ୍କୁ ଆମନ୍ତ୍ରିତ କରିଥିଲେ।

ସେଭଳି ଏହି ପ୍ରତିଷ୍ଠା ଉତ୍ସବରେ ପୂର୍ବତନ କେସିସି ବ୍ୟାଙ୍କ ଅଧ୍ୟକ୍ଷା ଡଃ.ଇନ୍ଦିରା ନନ୍ଦ, ପୂର୍ବତନ କୋରାପୁଟ ପୌରପାଳିକା ଅଧକ୍ଷ ଭଗବାନ ବାହିନୀପତି, ଜୟପୁର ବ୍ଲକ୍ କଂଗ୍ରେସ ସଭାପତି ବସନ୍ତ ନାୟକ, ଉଦୟ ପାଣୀଗ୍ରାହୀ ପ୍ରମୁଖ ଯୋଗ ଦେଇଥିଲେ। ଗତ ୨୦ତାରିଖରୁ ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିବା ବେଳେ ଆଜି ପୁର୍ଣ୍ଣାହୁତି ଅନୁଷ୍ଠିତ ହୋଇଥିଲା। ୫ହଜାରରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe