ଗୁଜବ ପ୍ରଚାର ହେବା ପରେ ପେଟ୍ରୋଲ ପମ୍ପରେ ଜନ ସମୁଦ୍ର

Advertisment
ଗୁଜବ ପ୍ରଚାର ହେବା ପରେ ପେଟ୍ରୋଲ ପମ୍ପରେ ଜନ ସମୁଦ୍ର

ନାଲକୋ ନଗର: ପେଟ୍ରୋଲ ପମ୍ପ ବନ୍ଦ ହେବା ନେଇ ଗୁଜବ ପ୍ରଚାର ହେବା ପରେ ଏକ ପେଟ୍ରୋଲ ପମ୍ପରେ ଆଜି ଜନ ସମୁଦ୍ର ଦେଖାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲା ନାଲକୋ ନଗର ଥାନା ଅଞ୍ଚଳରେ ଥିବା ୫ଟି ପେଟ୍ରୋଲ ପମ୍ପରେ ନାହିଁ ନଥିବା ବାଇକ ଚାଳକଙ୍କ ଭିଡ ଦେଖିବାକୁ ମିଳିଥିଲା। ଗହଳିକୁ ଦୃଷ୍ଟିରେ ରଖି ନାଲକୋ ପୁଲିସ ଖବର ପାଇ ସମସ୍ତ ପେଟ୍ରୋଲ ପମ୍ପକୁ ସମ୍ପୂର୍ଣ ବନ୍ଦ କରିଥିଲା।

ଆସନ୍ତାକାଲି ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଖବର ପ୍ରଚାର ହୋଇଥିଲା। ଏବାବଦରେ ପୁଲିସ ସମ୍ପୂର୍ଣ ମିଛ ବୋଲି ସମସ୍ତ ପେଟ୍ରୋଲ ପମ୍ପରେ ଥିବା ସାଧାରଣ ଲୋକଙ୍କୁ ଅବଗତ କରାଇଥିଲା। ମାନସ ସହିଦ ପେଟ୍ରୋଲ ପମ୍ପର ମ୍ୟାନେଜର ତ୍ରିନାଥ ସାହୁ ପେଟ୍ରୋଲ ପମ୍ପ ବନ୍ଦ ଖବର ଗୁଜବ ବୋଲି ପ୍ରକାଶ କରିଥିଲେ। ଏ ନେଇ ଗୁଜବ ଖବର ପ୍ରକାଶ କରିଥିବା ବ୍ୟକ୍ତିଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନାଲକୋ ପୁଲିସ ସୂଚନା ଦେଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe