ସରକାରୀ ଅର୍ଥ ଆତ୍ମସାତ ମାମଲା: ପ୍ରଧାନ ଶିକ୍ଷକଙ୍କୁ ୪ବର୍ଷ ଜେଲ,୨.୬୯ ଲକ୍ଷ ଟଙ୍କା ଜରିମାନା

Advertisment
ନାବାଳିକାଙ୍କ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

Free Malaysia Today

ଫୁଲବାଣୀ: ସ୍କୁଲକୁ ବିଭିନ୍ନ ଯୋଜନାରେ ଆସୁଥିବା ଅର୍ଥ ଆତ୍ମସାତ ମାମଲାରେ କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଲକ ବିରାଙ୍ଗି ପ୍ରାଥମିକ ସ୍କୁଲର ତତ୍କାଳୀନ ପ୍ରଧାନ ଶିକ୍ଷକ ତଥା ବର୍ତ୍ତମାନ ଦାରିଙ୍ଗବାଡି ବ୍ଲକ ଗରଡମାହା ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ବାଣେଶ୍ୱର ପ୍ରଧାନଙ୍କୁ ଜେଲଦଣ୍ଡ ସହ ଜରିମାନା ଦେବାକୁ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହି ମାମଲାରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ ଜଜ ସତ୍ୟପିର ମିଶ୍ର ଦୋଷୀ ସାବ୍ୟସ୍ତ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନଙ୍କୁ ୪ ବର୍ଷ ଜେଲଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହ ୨ ଲକ୍ଷ ୬୯ ହଜାର ଟଙ୍କା ଜରିମାନା ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଶ୍ରୀ ପ୍ରଧାନଙ୍କୁ ଆହୁରି ଅଧିକ ଗୋଟିଏ ବର୍ଷ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

ଗତ ୨୦୦୯-୧୦ରେ ସ୍କୁଲ ଆଦର୍ଶ ସ୍କୁଲ କ୍ଲଷ୍ଟର ସ୍କୁଲ, ପ୍ରତିକାରମୂଳକ ଶିକ୍ଷାବ୍ୟବସ୍ଥା, ସାମୟିକ ଶିକ୍ଷକ ନିଯୁକ୍ତି, ଅଧାରୁ ପାଠ ଛାଡିଥିବା ପିଲାଙ୍କୁ ସ୍କୁଲକୁ ଆଣିବା ଏମିତି ବିଭିନ୍ନ କାର୍ଯ୍ୟକ୍ରମ ବାବଦକୁ ସରକାରୀ ଅନୁଦାନ ଆସିଥିଲା। ସେଥିରୁ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନ ୨ ଲକ୍ଷ ୬୯ ହଜାର ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ଏ ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ଟିମ ତଦନ୍ତ କରିବା ପରେ ଶ୍ରୀ ପ୍ରଧାନ ଟଙ୍କା ଆତ୍ମସାତ କରିଥିବା ସତ ପ୍ରମାଣିତ ହୋଇଥିଲା। ତାପରେ ପ୍ରଧାନଶିକ୍ଷକ ଶ୍ରୀ ପ୍ରଧାନଙ୍କ ନାଁରେ ବ୍ରହ୍ମପୁର ଭିଜିଲାନ୍ସ କେଶ ରୁଜୁ ହୋଇଥିଲା। ଏହି ମାମଲାର ରାୟ ଆଜି ପ୍ରକାଶ ପାଇଥିବା ବେଳେ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ସୁରେଶ କୁମାର ମହପାତ୍ର ମକଦ୍ଦମା ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe