ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା

Advertisment
ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା

Sambad

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ବରିଷ୍ଠ ନାଗରିକଙ୍କ ପାଇଁ ଭ୍ରାମ୍ୟମାଣ ସ୍ବାସ୍ଥ୍ୟ ସେବା ଏବଂ ଫିଜିଓଥେରାପିର ସେବା ଯୋଗାଇ ଦେବା ପାଇଁ ଏକ ଭ୍ରାମ୍ୟମାଣ ଗାଡିକୁ ଜିଲ୍ଲାପାଳ ବିଶାଲ ସିଂହ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଏବଂ ଶ୍ରଦ୍ଧାଞ୍ଜଳି ସ୍ବେଚ୍ଛାସେବୀ ଅନୁଷ୍ଠାନ ତରଫରୁ ଏହି ଭ୍ରାମ୍ୟମାଣ ସ୍ବାସ୍ଥ୍ୟସେବା ଆରମ୍ଭ କରାଯାଇଛି।

publive-image Sambad

ଉଦଘାଟନ ଉତ୍ସବରେ ସିଡିଏମଓ ପ୍ରଫୁଲ ନନ୍ଦ, ସାମାଜିକ ସୁରକ୍ଷା ଅଧିକାରୀ ପଦ୍ମନାଭ ଦାସ, ଏସଏସଏସଓ ସସ୍ମିତା ସ୍ବାଇଁ, ଶ୍ରଦ୍ଧାଞ୍ଜଳିର ନିର୍ଦେଶକ ରାଜେଶ କୁମାର ସାହୁ, ଡାକ୍ତର ସନ୍ତୋଷ କୁମାର ବେହେରା, ଗୌତମ ଡାକୁଆ, ଅଭିଷେକ ବେହେରା, ବିହାରୀ ଗୌଡ, ରାଜୀବ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସେବା ସାରା ଜିଲ୍ଲାରେ ବରିଷ୍ଠ ନାଗରିକମାନଙ୍କୁ ପ୍ରଦାନ କରାଯିବ। ସଂପୂର୍ଣ୍ଣ ମାଗଣାରେ ଏହି ସେବା ପ୍ରଦାନ କରାଯିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe