ଆକୁର ଗ୍ରାମରେ ଗୋଷ୍ଠୀ ସ୍ବାସ୍ଥ୍ୟ ମେଳା

Advertisment
ଆକୁର ଗ୍ରାମରେ ଗୋଷ୍ଠୀ ସ୍ବାସ୍ଥ୍ୟ ମେଳା

Sambad

ମାଲକାନଗିରି: ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଉଡୁପା ଗ୍ରାମ ପଞ୍ଚାୟତର ଆକୁର ଗ୍ରାମ ଠାରେ ମାଲକାନଗିରି ପାଣ୍ଡ୍ରିପାଣି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାଲକାନଗିରି ବ୍ଲକ ଅଧ୍ୟକ୍ଷା ଗୌରୀ ପଡ଼ିଆମୀ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଶୁଭ ଉଦଘାଟନ କରିଥିଲେ। ଉକ୍ତ ସ୍ୱାସ୍ଥ୍ୟ ଶିବିର ରେ ୭୮୧ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ  ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ ସହ ଉପଯୁକ୍ତ ପରାମର୍ଶ ଦିଆଯାଇଥିଲା।

publive-image Sambad

ସ୍ୱାସ୍ଥ୍ୟ ଶିବିରରେ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଚିକିତ୍ସା ଅଧିକାରୀ ଡଃ. ପ୍ରଫୁଲ୍ଲ ନନ୍ଦ ସମେତ ଡଃ.ସନ୍ଧ୍ୟାରାଣୀ ପଟ୍ଟନାୟକ, ଡଃ. ପ୍ରଫୁଲ ବେହେରା, ଡିଏମ୍‌ଆରସିଏଚ୍  ବନବିହାରି ମିଶ୍ର, ବିଭିଡ଼ି ଅଜିତ ଦଳେଇ, ଡଃ. ଧନେଶ୍ୱର ମହାପାତ୍ର, ମାଲକାନଗିରି ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଅଜୟ କୁମାର ପ୍ରଧାନ, ବ୍ଲକ ସ୍ତରୀୟ ସମସ୍ତ ଚିକିତ୍ସା ଅଧିକାରୀ, ବ୍ଲକ ସ୍ତରର ସମସ୍ତ ସରକାରୀ ଅଧିକାରୀ ଉପସ୍ଥିତ ଥିବା ବେଳେ ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେଡି ମହିଳା ନେତ୍ରୀ ତଥା ଉଡୁପା ପଞ୍ଚାୟତ ସମିତି ସଭ୍ୟା ଜୟନ୍ତୀ ବୁରୁଦା, ସରପଞ୍ଚ ଗଙ୍ଗା ମାଡକାମୀ ଓ ସମସ୍ତ ୱାର୍ଡ ସଭ୍ୟ, ସମସ୍ତ ଆଶା, ଅଙ୍ଗନବାଡି ଟିମ ଉପସ୍ଥିତ ରହି ସହୟୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe